ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କିଶୋରନଗର ବ୍ଳକ ଅନ୍ତର୍ଗତ ହଣ୍ଡପା ଗ୍ରାମ ପଞ୍ଚାୟତ ଅଫିସରେ ଜିଲ୍ଲା ଉତ୍କଳ ସମ୍ମିଳନୀ ଏବଂ ମାନସ ସ୍ମୃତି ପାଠାଗାର ତରଫରୁ ରାଜା କିଶୋର ଚନ୍ଦ୍ର ଦେଓ ଙ୍କ ସିଂହାସନ ଆରୋହଣ ର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଚି। ଜିଲ୍ଲା ଉତ୍କଳ ସମ୍ମିଳନୀ ର ସାଙ୍ଗଠନିକ ସମ୍ପାଦିକା ଶୁଶ୍ରୀ ଲିପିକା ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ର ଉପଦେଷ୍ଟା ଯୁବରାଜ ପରେଶ୍ ଦେଓ ଯୋଗଦେଇ କିଶୋର ଚନ୍ଦ୍ର ଦେଓ ଙ୍କ କୃତି ବିଷୟରେ ଉପସ୍ଥିତ ମହିଳା  ମାନଙ୍କୁ ଅବଗତ କରାଇ ଥିଲେ । ବିଶ୍ବ ଯୁବ କେନ୍ଦ୍ର ର ପ୍ରୋଗ୍ରାମ କୋଡିନେଟର ପୂଜା ସ୍ବାଇଁ ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ବାଲ୍ୟ ବିବାହ , ଅନୈତିକ ମହିଳା ଚାଲାଣ ଉପରେ ସଚେତନ କରାଇ ଥିଲେ ।  କଳ୍ପତରୁ ଅନୁଷ୍ଠାନ ର ପ୍ରତିଷ୍ଠାତା ସୁଧି ରଞ୍ଜନ ପ୍ରଧାନ ଯୋଗଦେଇ   ସଫଳ ମହିଳା ମାନଙ୍କ ସଂଘର୍ଷ ର କାହାଣୀ ଉଦାହରଣ ଦେଇ ଥିଲେ।

ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ପି :ଓ ଶ୍ରୀ କନ୍ଦର୍ପ ନାୟକ , ବିଶ୍ଵ ରଞ୍ଜନ ପ୍ରଧାନ, ଏବଂ ପଞ୍ଚାୟତ ର ଅନେକ ମହିଳା , ଅଙ୍ଗନବାଡ଼ି କର୍ମୀ,ଆଶା, ଏମ୍ବିକେ, ସିଆରପି , ଏବଂ ଅନେକ ମହିଳା ଯୋଗ ଦେଇଥିଲେ। ମସରପଞ୍ଚ ରଶ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।