ବିଧାୟକ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ୍ ର ୨୨ଗୋଟି ପଞ୍ଚାୟତ କୁ ନେଇ ଏକ ବିଶେଷ ବନ୍ଧୁମିଳନ କାର୍ଯ୍ୟକ୍ରମ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ବରେ ରବିବାର ଦିନ ବିଧାୟକଙ୍କ ଫାର୍ମ ହାଉସ୍ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ହିଞ୍ଜିଳି ବ୍ଲକ ର ପୂର୍ବତ୍ତନ କଂଗ୍ରେସ ସଭାପତି ଶିବରାମ ପ୍ରଧାନ।ଏହି କାର୍ଯ୍ଯକ୍ରମ ହେବା ପଛରେ ଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ଯେଉଁଠାରେ ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ମିଳି ମିଶି ଆପସରେ ସମ୍ପୃକ୍ତି ଓ ସହଯୋଗର ସନ୍ଦେଶ ପ୍ରସାର କରିବା।ଏହି ମିଳନ ଅବସରରେ,ଗାଁ ଓ ଜିଲ୍ଲାର ପ୍ରଗତି ନିମିତ୍ତ ଏକତ୍ରିତ ହୋଇ କାମ କରିବା ପ୍ରତିଶ୍ରୁତି ଦିଆଯାଇଥିଲା।

ବନ୍ଧୁମିଳନର ଆତ୍ମାରେ ଥିଲା ସେଇ ସମ୍ମାନ ଓ ବିଶ୍ୱାସ,ଯାହା ହେଉଛି ଏକ ଶକ୍ତିଶାଳୀ ଓ ସୁନିଶ୍ଚିତ ଭବିଷ୍ୟତ ନିର୍ମାଣର ଆଧାର।ବିଧାୟକ ରମେଶ ଜେନାଙ୍କ ଏହି ଫାର୍ମ ହାଉସ୍ ଠାରେ ଘଟିଥିବା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଲୋକମାନଙ୍କ ମଧ୍ୟରେ ସମ୍ମାନ,ଭରସା ଓ ସାମୂହିକ ଉନ୍ନତି ପାଇଁ ଏକ ପ୍ରେରଣା ହିସାବରେ ଦୃଶ୍ୟମାନ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଲକ୍ଷ୍ୟ ରଖାଯାଇଥିଲା।ଏହା ସମସ୍ତ କର୍ମି ମାନଙ୍କୁ ଶିଖାଏ ଯେ,ଯେତେବେଳେ ଲୋକେ ଏକତ୍ର ହୁଏ, ସେତେବେଳେ ଅସମ୍ଭବକୁ ସମ୍ଭବ କରାଯାଇପାରେ। ସମ୍ପୃକ୍ତି ଓ ସହଯୋଗର ଏହି ମୂଲ୍ୟବାନ ଦିନ ଆଗକୁ ଗାଁ ଓ ଜନତାର ଉନ୍ନତିର ପଥ ପ୍ରଦର୍ଶନ ନିଶ୍ଚୟ କରିବ ବୋଲି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ଆଲୋଚନା କରିଥିଲେ।