MMDR କୁ ନେଇ ବିଜେଡ଼ି ର ସାମ୍ବାଦିକ ସମ୍ମିଳନୀ । MMDR ଆଇନ୍ ପ୍ରତ୍ୟାହାର ନହେବା ଯାଏଁ ରାଜଭବନ ଆଗରେ ଧାରଣା ଦେବ ବିଜେଡ଼ି। ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ। ଓଡିଶା ନ୍ୟାୟ ନପାଇଲେ ଓଡିଶା ବନ୍ଦ ଡାକରା ଦେବ ଦଳ।ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜେଡି । ଦଳ କହିଛି ଜାତୀୟ ଦଳ ମାନେ ଓଡ଼ିଶା ରେ ସାସନ କ୍ଷମତା ରେ ଆସିବା ପରେ ଓଡିଶା ସବୁବେଳେ କ୍ଷତି ସହିଛି। କେନ୍ଦ୍ର ସରକାର କଳା ଆଇନ ଆଣିଲେ। ଏ କଳା ଆଇନ ରେ ଲକ୍ଷେ କୋଟି ଟଙ୍କା ରାଜ୍ୟ ପାଇବ ନାହିଁ। ଖଣିଜ ସମ୍ପଦ ଉପରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅଧିକାର। ବିନା ଆଲୋଚନାରେ ଏ ବିଧେୟକ ପାରିତ ହେବା ପରେ, ଓଡିଶା ର ସ୍ୱାର୍ଥ ପାଇଁ ଯେଉଁ 20 ଜଣ ସାଂସଦ ଶପଥ କରି ଯାଇଥିଲେ ସେମାନେ ଚୁପ୍ ରହିଲେ। ଇତିହାସ କାଳ ଖଣ୍ଡ ରେ ସେମାନଙ୍କ ନାଁ ରହିଯିବ। ରାଜ୍ୟ ବାସୀ କ୍ଷମା ଦେବେ ନାହିଁ। ଓଡିଶା କୁ କିଭଲି ଭାବେ ଆଉଥରେ ଗରିବ କରି ରଖାଯିବ ସେଥିପାଇଁ ସଡ ଯନ୍ତ୍ର ଆରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି କହୁଛନ୍ତି ଲୋକଙ୍କୁ ମିଶ୍ ଲିଡ କରାଯାଉଛି। ନବୀନ ବାବୁ 20 ବିଜେପି ସାଂସଦ ଙ୍କୁ ଚିଠି ଲେଖି ବିବେକ କୁ ପଚାରିବାକୁ ପରାମର୍ଶ ଦେଇଛନ୍ତି। ବିଜେପି ନେତା ଙ୍କ ପାଇଁ ପାର୍ଟି ବଡ ହୋଇଛି ମାଟି ନୂହେଁ। କଳା ଆଇନ୍ ପ୍ରତ୍ୟାହାର ଯାଏ ରାଜଭବନ ଆଗରେ ଧାରଣା ଦେବୁ। ଶେଷରେ ନ୍ୟାୟ ନମିଳିଲେ ଓଡ଼ିଶା ବନ୍ଦ ଡାକରା ଦେବ ବିଜୁ ଜନତା ଦଳ।ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଓ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ।