ବିବାହ ପ୍ରତିଶୃତି ଦେଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ବିବାହ ପ୍ରତିଶୃତି ଦେଇ ଜଣେ ସପ୍ତମ ଶ୍ରେଣୀ ନାବାଳିକା ଗର୍ଭବତୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ଘର ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏନେଇ ନାବାଳିକାଙ୍କ ପରିବାର ଲୋକେ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି । ଏ ଘଟଣାରେ ପୋଲିସ ଅଭିଯୁକ୍ତ ରାଜୀବ ମାଝିକୁ ଗିରଫ କରିଛି । ଅଭିଯୁକ୍ତ ରାଜୀବର ଘରପାପଡ଼ାହାଣ୍ଡି ଘୁଷୁରାମାରୁଗୁଡ଼ା ଗାଁରେ । ଅଭିଯୁକ୍ତ ରାଜୀବ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରି ପୋଲିସ ପୀଡ଼ିତା ଓ ଗିରଫ ଅଭିଯୁକ୍ତକୁ ଡାକ୍ତରୀ ମାଇନା ଲାଗି ପଠାଇଛି । ।ପୂର୍ବରୁ ଏନେଇ ଘଟଣାକୁ କେନ୍ଦ୍ର କରି  ଗାଁରେ ବୈଠକ ବସିଥିଲେ ମଧ୍ୟ ସମାଧାନ ହୋଇନଥିଲା । ଶେଷରେ ଅତିଷ୍ଠ ହୋଇ ପିଡୀତାର ପରିବାର ଲୋକ ଅଭିଯୁକ୍ତ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।