( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଦୌଢରାଣୀ ଦୂତିଙ୍କୁ ଆଉ ଦେଢ କୋଟି । ଜାକାର୍ତା ଏସିଆନ ଗେମ୍ ରୌପ୍ୟ ପଦକ ଜିତିଥିବା ଦୂତିଙ୍କୁ ଦେଢ କୋଟି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦ ମିଟର ଦୌଡରେ ଦୂତି ଚାନ୍ଦ ରୌପ୍ୟ ପଦକ ଜିତିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜି ତାଙ୍କୁ ଆଉ ଦେଢ କୋଟି ପୁରସ୍କାର ଘୋଷଣା କରିଛନ୍ତି । ସେହିପରି ଦୂତୀଙ୍କ ଅଲମ୍ପିକ ପ୍ରସ୍ତୁତି ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।
ଏହା ପୂର୍ବରୁ ଏସିଆନ୍ ଗେମ୍ସରେ ଶହେ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିଲେ ଦୂତୀ । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରିପାରିଥିଲେ । ଦୂତୀ ସେମିଫାଇନଲ୍ ୧୧.୪୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରି ଫାଇନାଲ୍ରେ ପହଞ୍ଚିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।