(ରିପୋଟର୍ସ ଟୁଡେ,ମାଲକାନଗିରି): ଛତିଶଗଡ ସରକାରଙ୍କ ବିରୋଧରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆଦିବାସୀମାନେ ମେଳି କରିଛନ୍ତି । ଛତିଶଗଡ ସରକାର କୋକ୍ରାଲ ନଦୀ ଉପରେ ଡ୍ୟାମ୍ ନିର୍ମାଣ କରୁଛନ୍ତି । ଏହି ଡ୍ୟାମ ନିର୍ମାଣ ହେଲେ ମାଥିଲି ବ୍ଲକ୍ର ୭ଟି ପଞ୍ଚାୟତର ୭୦ଟି ଗାଁ ଜଳମଗ୍ନ ହୋଇଯିବ । କମାରପାଲି, ମହୁପଦର, ସାଲଙ୍ଗି, କିଆଙ୍ଗା, ମେକା ଓ କର୍ତ୍ତାନପାଲି ଆଦି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଯିବ । ତେଣୁ ଡ୍ୟାମ ନିର୍ମାଣ ପୂର୍ବରୁ କୌଣସି ଜନ ଶୁଣାଣୀ ନ କରିଥିବାରୁ ଏଠାରେ ଅସନ୍ତୋଷ ଦେଖାଦେଇଛି । ଏହି ମେଳିରେ ଛତିଶଗଡ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଡ୍ୟାମ ବନ୍ଦ କରିବାକୁ ଦାବି କରାଯାଇଛି । ଏହାକୁ ଜିଲ୍ଲା ଆଦିବାସୀ ମଞ୍ଚ ମଧ୍ୟ ସମର୍ଥନ କରିଛି ।