ଜାମ୍ମୁରେ ଭୂକମ୍ପ, ତିବ୍ରତା ୫.୦

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୋମବାର ମଧ୍ୟାହ୍ନରେ ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମରରେ ଲଗାତର ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ମଧ୍ୟହ୍ନ ପ୍ରାୟ ୧୨ଟାରେ ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ୫.୦ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ରହିଛି। ଉଭୟ ସ୍ଥାନରେ ଭୂକମ୍ପ ହେବା ପରେ ଭାରତୀୟ ପାଣିପାଗ ବିଭାଗ ତା’ର ଅଫିସିଆଲ୍‌ ଟୁଇଟର ପେଜରେ ଟୁଇଟ କରି ଏହି ସୂଚନା ଦେଇଛି। ଭୂକମ୍ପ ହେବାର ଅଧଘଣ୍ଟା ପରେ ଅପରାହ୍ନ ୧୨.୪୦ ସମୟରେ ୩.୨ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ ମଧ୍ୟ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପୁଣି ଟୁଇଟ କରି ଜଣାଇଛି ।