( ମନୋଜ କୁମାର ସାହୁ) : ରାୟଗଡ଼ା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସାଧାରଣ ନିର୍ବାଚନରେ ବ୍ୟବହାର ପାଇଁ ଉତ୍ତରପ୍ରଦେଶରୁ ୫୧୬୯ ଟି ଇଭିଏମ ଆସି ରାୟଗଡାରେ ପହଂଚିଛି । ସେଥିମଧ୍ୟରୁ ଇଟାବା ଜିଲ୍ଲାରୁ ୩୩୭୨, ଓରେୟା ଜିଲ୍ଲାରୁ ୧୩୨୨ ଓ କାନପୁର ଜିଲ୍ଲାରୁ ୪୭୫ ଟି ଇଭିଏମ ୫୧୮ ଟି ବାକ୍ସରେ ଆସିଥିବା ସୂଚନା ଦେଇଛନ୍ତି ପ୍ରଶାସନ । ଉକ୍ତ ଇଭିଏମ ଗୁଡିକ ସରକାରୀ ଆଇଟିଆଇର ଗୋଦାମରେ ସିଲ କରି ରଖାଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର ଓ ଜିଲ୍ଲା ନିର୍ବାଚନ ଅଧିକାରୀ ନାରାୟଣ ମିଶ୍ର ଏହି ଇଭିଏମ ଗୁଡିକ ଗ୍ରହଣ କରିଥିଲେ । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଇଭିଏମ ଗୁଡିକ ଗ୍ରହଣପରେ ସିଲ କରାଯାଇଥିଲା ।