(ସୁନୀଲ କୁମାର ମହାନ୍ତି ) : ଆଠମଲ୍ଲିକ ଠାକୁରଗଡ ଥାନା ଅନ୍ତର୍ଗତ ମିଣ୍ଡଳ ଗ୍ରାମର ଗୌତମ ନାୟକ ଙ୍କ ୧୨ ବର୍ଷ ର ଝିଅ କୁମୁଦିନୀ ନାୟକ କୁ ପୂର୍ବ ଶତ୍ରୁତା କୁ ନେଇ ସେହି ଗ୍ରାମର ମଙ୍ଗୁଲୁ ସେଠୀ ନାମକ ଜଣେ ଯୁବକ ତଂଟି ଚିପି ହତ୍ୟା କରିବା ଉଦ୍ୟମ କରିଥିଲା । କୁମଦିନି ର ବାପା ମା ବିଲକୁ କାମ କରି ଯାଇଥିବା ବେଳ ମଙ୍ଗୁଲୁ ସେଠୀ କୁମୁଦିନୀର ତଂଟି ଚିପି ପାଣି ରେ ବୁଡାଇ ବୁଡାଇ ପାଖ ବୁଦା ମୂଳରେ ଫିଙ୍ଗିଦେଇଥିଲା । ଏହାପରେ ଗ୍ରାମର କିଛି ଲୋକ ଏହ ଦେଖି ତାକୁ ଉଦ୍ଧାରକରିଥିଲେ ସେହିସମୟ ରେ କୁମଦିନି ର ବାପା ମା ବିଲରୁ ଘରକୁ ଫେରି ଥିଲେ । ସେମାନେ ଘରକୁ ଫେରିବା ଦେଖି ଗ୍ରାମ ର ଜଣେ ଯୁବକ ତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହାପରେ କୁମୁଦିନୀର ବାପା ମା ଘଟଣା ସ୍ଥଳକୁ ଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ମୁଖ୍ୟ ଡାକ୍ତର ଖାନା କୁ ଆଣି ଥିଲେ । ପରେ କୁମୁଦିନୀର ବାପା ଠାକୁରଗଡ ଥାନା ରେ ଏତଲା ଦେଇଥିବା ଜଣା ପଡିଛି ।