ଯାଜପୁର ଜିଲ୍ଲା ଧର୍ମଶାଳାରେ ରଥଯାତ୍ରା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଏନେଇ ଭାଲୁଖାଇ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରେ ଧର୍ମଶାଳା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଯାଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଧର୍ମଶାଳା ମୁନ୍ସୀ ମେଳଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ମିଳିତ ଆନୁକୂଲ୍ୟରେ ଏହି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ। ପରମ୍ପରା ଅନୁଯାୟୀ ଧର୍ମଶାଳା ଥାନା ଅଧିକାରୀ ରଥରେ ଛେରା ପହଁରା କରିଥାନ୍ତି। ତେବେ ଚଳିତ ବର୍ଷ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ରଥରେ ଛେରା ପହଁରା କରିବା ନେଇ ଉଭୟ କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।