(ଆଦର୍ଶ ରାଉତ)ଭୁବନେଶ୍ୱର: ଚଳିତ ନିର୍ବାଚନରେବିଜେଡ଼ିବିପୁଳଭାବେବିଜୟଲାଭକରିିଛି । ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେ ପ୍ରଥମଥର ପାଇଁ ରାଜଭବନ ବାହାରେ ନିଜ ମନ୍ତ୍ରୀମଣ୍ଡଳ ସହ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ଇଡକୋ ପ୍ରଦର୍ଶନୀ ପଡିଆରେ ଶପଥପାଠ ଉତ୍ସବ ଅନୁଷ୍ଠତ ହେବ ।
ଆଜି ପୋଲିସ ମହାନିର୍ଦ୍ଦେଶକ ଆର ପି ଶର୍ମା ପ୍ରଦର୍ଶନୀ ପଡିଆ ବୁଲି ଦେଖିଛନ୍ତି । ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି । ପଡିଆରେ କାର୍ୟ୍ୟକ୍ରମ ପାଇଁ ଚାଲିଥିବା ବିଭିନ୍ନ ବନ୍ଦୋବସ୍ତ ଏବଂ ବ୍ୟବସ୍ଥାକୁ ସେ ତଦାରଖ କରିଛନ୍ତି । ଏହାପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି ଏବଂ ବ୍ୟାପକ ଫୋର୍ସ ମୁତୟନ ହେବେ । ଏହି କାର୍ୟ୍ୟକ୍ରମରେ ୫ହଜାରରୁ ଅଧିକ ବ୍ୟକ୍ତି ଯୋଗଦେବେ । ଏଥିପାଇଁ ଭିଭିଆଇପିଙ୍କୁ ସୁରକ୍ଷା ଦିଆଯିବ । ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ଫୋକସ ରହିବ ।
ପଡ଼ିଆର ସମସ୍ତ ସୁରକ୍ଷା ଦାୟିତ୍ୱ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଦାୟିତ୍ୱରେ ରହିବ ।ସୁରକ୍ଷା ବ୍ୟବସ୍ଥା ଯାଂଚ ସମୟରେ ବିଏମସି କମିଶନର, ବରିଷ୍ଠ ଆଇପିଏସ ଅଡଧିକାରୀ ଓ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।