ପ୍ରିୟଙ୍କାଙ୍କ ପାଇଁ ଦଳ ଛାଡିଲେ ନୀଲମ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ସାଧାରଣ ସମ୍ପାଦକ ହେବା ପରେ କଂଗ୍ରେସ ମଧ୍ୟରେ ନୂତନ ପ୍ରାଣ ସଂଚାର ହେଲା ବୋଲି କୁହାଯାଉଥିଲା । ସେ ଇନ୍ଦିରାଙ୍କ ପ୍ରତିଛବି ବୋଲି ମଧ୍ୟ କଂଗ୍ରେସ କର୍ମୀ ତଥା ନେତା ମତବ୍ୟକ୍ତ କରିଥିଲେ । କିନ୍ତୁ ପ୍ରିୟଙ୍କାଙ୍କ କାମରେ ଅସନ୍ତୁଷ୍ଟ ହୋଇ ଦଳ ଛାଡୁଛନ୍ତି ନେତା କର୍ମୀ ।
ସୂଚନା ମୁତାବକ, ଭଦୋହୀ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ନୀଲମ ମିଶ୍ରା କଂଗ୍ରେସ ଦଳର ସାଧାରଣ ସଂପାଦକ ପ୍ରିୟଙ୍କାଙ୍କ କାମ କରିବାର ଶୈଳୀକୁ ନେଇ ଅସନ୍ତୋଷ ଜାହିର କରିଥିଲେ । ନୀଲମ କହିଥିଲେ, ପ୍ରିୟଙ୍କାଙ୍କ ବ୍ୟବହାର ଦଳର ଅନ୍ୟ ସଦସ୍ୟ ଓ କର୍ମୀଙ୍କ ପ୍ରତି ଅତ୍ୟନ୍ତ କଠୋର ଓ କ୍ରୁର। ଏଥିନେଇ ନୀଲମ ଦଳରୁ ଇସ୍ତଫା ଦେବା ସହ ବହୁ ପଦାଧିକାରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି, ଯାହା ଦଳକୁ ଏକ ପ୍ରକାର ଝଟକା ଦେଇଛି ।