ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି, ଜିଲ୍ଲାର ସାମଗ୍ରିକ ଉନ୍ନତି ଏବଂ ପିହୁ ନିଖୋଜ ଘଟଣାର ତଦନ୍ତକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଧାୟକ ହିମାଂଶୁ ଶେଖର ସାହୁ ଆଲୋଚନା କରିଛନ୍ତି । ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ଜଣାପଡ଼ିଛି। ବନ୍ୟା ପ୍ରଭାବିତଙ୍କ ନିକଟରେ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ସହ ଯାଜପୁରର ଭିତ୍ତିଭୂମି, ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାର ବିକାଶ ନେଇ ମଧ୍ୟ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ, ପିହୁ ନିଖୋଜ ଘଟଣାରେ ପରିବାରକୁ ନ୍ୟାୟ ଦେବା ଓ ଘଟଣାର ସତ୍ୟ ସାମ୍ନାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯାଜପୁରବାସୀଙ୍କ ସ୍ୱାର୍ଥ, ସୁରକ୍ଷା ଓ ଅଧିକାର ପାଇଁ ଆଗକୁ ମଧ୍ୟ ସ୍ୱର ଉଠାଇବାକୁ ପ୍ରତିଶ୍ରୁତି ଦିଆଯାଇଛି।