( ସରୋଜ କୁମାର ରାଉତ /ରିପୋର୍ଟସଟୁଡେ): ରାଜ୍ୟ ରାଜନୀତି ଉଷ୍ଣତା କମିଲା ପରେ ଏବେ ଲୋକଙ୍କୁ ଡରାଉଛି ‘ଫନି ’ା ପୁରୀଠାରୁ ୩୩୦ କିଲୋମିଟର ଦୂରରେ ରହିଛି ଏହି ପ୍ରଳୟଙ୍କାରୀ ବତ୍ୟା । ଏହାକୁ ନେଇ ରାଜ୍ୟରେ ହାଇଆଲର୍ଟ । ନେତାଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀମାନେ ଏବେ ଏହି ମହାବତ୍ୟାକୁ ମୁକାବିଲା କରିବା ପାଇଁ ଲାଗି ପଡିଛନ୍ତି । ସମୁଦ୍ରକୂଳରେ ଥିବା ଜନବସତିଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରାଯାଉଛି । ଫନି ସିଧାସଳଖ ପୁରୀ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ ହେଉଥିବାରୁ ଏହି ଅଞ୍ଚଳ ଗୁଡିକରେ ଥିବା ପର୍ଯ୍ୟଟକଙ୍କୁ ସେଠାରୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ବାତ୍ୟାକୁ ନେଇ ଲୋକମାନଙ୍କ ମନରେ ଭୟ ଦେଖାଦେଇଛି । ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ପରିବା ବଜାର ଗୁଡିକରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଏହାର ସୁଯୋଗ ନେଉଛନ୍ତି କେତେକ କଳାବଜାରୀ ବିକ୍ରେତା । ଲୋକଙ୍କ ଅଭିଯୋଗ ଅନୁଯାୟୀ ଗଳିକନ୍ଦିରେ ଥିବା ଦୋକାନୀମାନେ ସାମଗ୍ରୀର ମୂଲ୍ୟ ଦରକାର ଠାରୁ ଢେର ଗୁଣ ବୃଦ୍ଧି କରିଛନ୍ତି । ଯାହା ଫଳରେ ସେମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖନୀ ହେବାକୁ ପଡୁଛି । ଏନେଇ ରିପୋର୍ଟସଟୁଡେର ଏକ ଟିମ ପହଞ୍ଚିଥିଲା ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପ ଓ ହାଟ ଗୁଡିକରେ ।