(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବୈଜ୍ଞାନିକଙ୍କ ଏକ ଦଳ ଚିଲୀରେ ୧୫ ହଜାର ସାଲଠୁ ଅଧିକ ପୁରୁଣା ମାନବଙ୍କ ପାଦଚିହ୍ନ ଖୋଜି ବାହାର କରିଛନ୍ତି । ଦକ୍ଷିଣ ଆମେରିକା ମହାଦ୍ୱୀପରେ ମିଳିଛି ସବୁଠାରୁ ପୁରୁଣା ପାଦଚିହ୍ନ । ଏହି ଅନୁସନ୍ଧାନ ପରେ ଦକ୍ଷିଣ ଆମେରିକା ମହାଦ୍ୱୀପରେ ମାନବଙ୍କ ପହଂଚିବା ପାଇଁ ଘଟଣାକ୍ରମ ସହ ଯୋଡିବା ଦିଗରେ ଅନେକ ପ୍ରତିବନ୍ଧକ ଆସିଥିଲା । ଏହି ଅନୁସନ୍ଧାନରେ ସାମିଲ ଥିବା କେରେନ ମୋରେନୋଙ୍କ ଅନୁଯାୟୀ, ପର୍ବୂ ର ପ୍ରମାଣରୁ ଜଣାପଡିଛି କି, ପ୍ରାଚୀନ ମାନବ ଦକ୍ଷିଣ ଆମେରିକାର ଦକ୍ଷିଣ ଛୋରଠାରେ ଥିବା ପେଣ୍ଟାଗୋନିଆ ଅଞ୍ଚଳରେ ୧୨ ହଜାର ବର୍ଷ ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଜୀବିତ ନ ଥିଲେ । ଏପରି ସ୍ଥଳେ ଚିଲିରେ ମିଳିଥିବା ପାଦ ଚିହ୍ନ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନୁସନ୍ଧାନକାରୀ ଦଳ ୨୦୧୦ରେ ଚିଲିର ଓସନୋ ସହରରେ ଏହି ଚିହ୍ନର ସୂଚନା ଦେଇଥିଲେ । ଏହାର ଜୀବାଶ୍ମ ଅଧ୍ୟୟନରୁ ଜଣାପଡିଥିଲା କି ଏହା କୌଣସି ବୟସ୍କ ମଣିଷର, ଯିଏ ଖାଲି ପାଦରେ ଚାଲୁଥିଲା । କାର୍ବନ ଡେଣ୍ଟିଂ ପଦ୍ଧତିରେ ଜଣାପହିଥିଲା କି ଏହି ଚିହ୍ନ ୧୫ ହଜାର ବର୍ଷରୁ ଅଧିକ ପୁରୁଣା ।
ଏହା ପୂର୍ବରୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ପ୍ରାଚୀନ ମାନବର ପାଦଚିହ୍ନ ମିଳିଥିଲା, ଯାହା ୩୬ ଲକ୍ଷ ବର୍ଷ ପୂରୁଣା । ଗତ ବର୍ଷ ବ୍ରିଟିଶ କୋଲମ୍ବିୟାରେ ମଧ୍ୟ ପ୍ରାଚୀନ ମାନବର ପାଦଚିହ୍ନର ସନ୍ଧାନ ମିଳିଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ ସେହି ଚିହ୍ନ ୧୩ ହଜାର ବର୍ଷ ପୁରୁଣା ଥିଲା ।