(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ସମସ୍ତେ ପ୍ରାୟ ଦିନର ଆରମ୍ଭ ଭଲରେ ହେଇ ଓ ଭଲରେ କଟୁ। ଏଥିପାଇଁ ଅନେକ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି। ତଥାପି ବେଳେବେଳେ ଦିନରେ କିଛି ନା କିଛି ଗଡବଡ ହୋଇଯାଏ। ତେବେ ଏମିତି କାହିଁ କି ହୁଏ? ତେବେ ଆସନ୍ତୁ ଜାଣିବା କାହିଁକି ଏମିତି ହୁଏ
୧) କିଛି ଲୋକ ସକାଳୁ ଉଠି ପ୍ରଥମେ ଆଇନା ଦେଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଦିନସାରା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡେ । ଏହା ବ୍ୟତୀତ ସକାଳୁ କାହା ଚେହେରା ମଧ୍ୟ ଦେଖିବା ଉଚିତ ନୁହେଁ।
୨) ଦିନର ଶୁଭାରମ୍ଭ କରିବା ପାଇଁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରନ୍ତୁ। ଏପରି କଲେ ଆପଣଙ୍କ ଆତ୍ମ ବିଶ୍ୱାସ ବଢେ ଓ ଦିନଟି ଭଲରେ କଟେ।
୩) ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖର ଶବ୍ଦ ଶୁଣିଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
୪) ସକାଳୁ ଯଦି ଆପଣ ନଡ଼ିଆ, ଶଙ୍ଖ, ମୟୂର, ଫୁଲ ଆଦି ଦେଖନ୍ତି ତେବେ ଏହା ଶୁଭ ଲକ୍ଷଣ ବୋଲି ଭାବନ୍ତୁ। ଏହି ଦିନ ଆପଣ ଯାହା ବି କାମ କରିବେ ସବୁଥିରେ ସଫଳତା ମିଳିବ।
୫) ସକାଳୁ କିଛି କାମରେ ଘରୁ ବାହାରିବା ସମୟରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ ମାରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।
୬) ସକାଳର ଜଳଖିଆ କରିବା ବେଳେ କେବେ ବି କୌଣସି ପଶୁର ନାଁ ପାଟିରେ ଧରନ୍ତୁ ନାହିଁ। ଏପରି କଲେ ଦିନଟି ଭଲରେ କଟେ ନାହିଁ।
୭) ସକାଳେ ଘରୁ ବାହାରିବା ସମୟରେ ଯଦି ଆପଣ ଧଳା ରଙ୍ଗର ଗାଈ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।