(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟର୍ସ ଟୁଡ଼େ): ବ୍ରତ ବା ଉପବାସ ହେଉଛି ଆମ ସଂସ୍କୃତି ଏବଂ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହାଦ୍ୱାରା ଆମ ମନ ପବିତ୍ର ରହିବ ସହ ବୈଜ୍ଞାନିକ ଉପବାସ ରହିବାରେ କାରଣ ମଧ୍ୟ ରହିଛି। ଏଥିପାଇଁ ଅନେକ ସମୟରେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ। ତେଣୁ ଅନ୍ୟ ଅଙ୍ଗଭଳି ପାଚକ ତନ୍ତ୍ରକୁ ମଧ୍ୟ ଟିକେ ଆରାମ ଆବଶ୍ୟକ ହୋଇଥାଏ । ଏଥିପାଇଁ ବେଳେ ବେଳେ ଉପବାସର ଅବଶ୍ୟକତା ରହିଛି ।
ତେବେ ଜାଣନ୍ତୁ ଉପବାସ ରହିବା ଦ୍ୱାରା କଣ ସୁଫଳ ମିଳେ –
– ଉପବାସ ରହିବା ଦ୍ୱାରା ଶରୀର ଓ ମନ ଶୁଦ୍ଧ ରହିଥାଏ ।
– ଉପବାସ ରହିବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଏବଂ ପାଚନ କ୍ରିୟା ମଧ୍ୟ ମଜବୁତ୍ ହୋଇଥାଏ।
– ଶରୀର ଅସୁସ୍ଥ ଥିବା ସମୟରେ ଖାଦ୍ୟ ଗ୍ରହଣ କରିବା ଏକ ପ୍ରକାର କ୍ଷତିକାର। ତେଣୁ ଏହି ସମୟରେ ଉପଯୁକ୍ତ ଖାଦ୍ୟ ତଥା ସହଜର ହଜମ ହେଉଥିବା ଖାଦ୍ୟ ଖାଇବା ଦରକାର ।
– ମାସରେ ୪ ଥର ଉପବାସ ରହିବା ଦ୍ୱାରା ଲିଭର୍ ସୁସ୍ଥ ରହିଥାଏ ।
– ଉପବାସ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ ଫଳରେ ହଜମ ପ୍ରକ୍ରିୟାରେ କୌଣସି ଅସୁବିଧା ହୋଇନଥାଏ।
– ଖାଦ୍ୟ ପ୍ରିୟ ବ୍ୟକ୍ତି ୩ରୁ ୪ଥର ଉପବାସ କରନ୍ତୁ। ଫଳରେ କମ୍ ଖାଦ୍ୟରେ ସନ୍ତୁଷ୍ଟ ହେବା ସହିତ ଭୋକ ମଧ୍ୟ ନିୟନ୍ତ୍ରଣ କରିପାରିବେ। ଯାହାଦ୍ୱାର ଆପଣଙ୍କ ମୋଟାପଣ କମିଯିବ। ଏହାଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ବହୁତ କମ୍ ରହିଛି ।ଉପବାସ ରହିବା ଦ୍ୱାରା ଆମ ପାଚକ ତନ୍ତ୍ରକୁ ଆରାମ ମିଳେ କାରଣ ରାତିରେ ଆମର ସମସ୍ତ ବାହ୍ୟ ଅଙ୍ଗ ବିଶ୍ରାମ କରୁଥିବା ବେଳେ ପାଚକ ତନ୍ତ୍ର କିନ୍ତୁ ଅହରହ କାର୍ଯ୍ୟ କରିଥାଏ ।