ପରକୀୟା ପ୍ରୀତି ସନ୍ଦେହରୁ ଅତି ବର୍ବର ଓ ଲଜ୍ଜାଜନକ ଘଟଣା

ପରକୀୟା ପ୍ରୀତି ସନ୍ଦେହରୁ ଅତି ବର୍ବର ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପରକୀୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ବାନ୍ଧି ନିର୍ମମ ଭାବେ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣା ଛତିଶଗଡ଼ର ସୁରଜପୁର ଜିଲ୍ଲାରେ ଘଟିଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ତାଙ୍କ ମୁଣ୍ଡର ଚୁଟି କାଟିବା ସହ ମୁହଁରେ କାଳି ବୋଳି ସାରା ଗାଁ ଆଗରେ ଅପମାନିତ କରିବାକୁ ଚେଷ୍ଟା କରିଥିଲେ । ଏତିକିରେ ମନ ବୁଝିନଥିଲା ଯେ, ସେ ସ୍ତ୍ରୀକୁ ଜବରଦସ୍ତି ପରିସ୍ରା ପିଆଇଥିଲେ ଏବଂ ନିଜର ଚାରି ପିଲାଙ୍କୁ ମଧ୍ୟ ମାଆର ମୁହଁ ଉପରେ ପରିସ୍ରା କରିବାକୁ ବାଧ୍ୟ କରିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶୁକ୍ରବାର ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଗୁରଫ କରିଛି ।
ପୋଲିସ ସୂଚନା ଅନୁଯାୟୀ, ୨୦୦୬ ମସିହାରେ ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ମଧ୍ୟରେ ଗତ ବର୍ଷେ ହେବ ବିବାଦ ଚାଲିଥିଲା, ଯେଉଁଥିପାଇଁ ମହିଳା ଜଣକ ଅଲଗା ରହୁଥିଲେ । ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀର ଅନ୍ୟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଥିବା କଥା କହି ସଫେଇ ଦେଇଥିବା ବେଳେ ମହିଳା ଜଣକ ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଏହି ଘଟଣାର ଗମ୍ଭୀରତା ଦେଖି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।