ବାହା ହେବେ କାବ୍ୟା ମାରନ: ପ୍ରଧାନମନ୍ତ୍ରୀ, ରେଭନ୍ଥ ରେଡ୍ଡୀ ଓ ବିଜୟଙ୍କୁ ମିଳିଲା ନିମନ୍ତ୍ରଣ

କ୍ରିକେଟ୍ ଜଗତରୁ ସିନେମା ଦୁନିଆ… ଏବେ ସବୁଠି ଗୋଟିଏ ଚର୍ଚ୍ଚା। ବାହା ହେବେ ସନ ରାଇଜର୍ସ ହାଇଦ୍ରାବାଦର ୱନର କାବ୍ୟା ମାରନ। ଆସନ୍ତା ନଭେମ୍ବରରେ ସେ ତାଙ୍କ ପ୍ରେମିକ ତଥା ସଂଗୀତଜ୍ଞ ଅନିରୁଦ୍ଧ ରବିଚନ୍ଦ୍ରଙ୍କୁ ବିବାହ କରିବେ। ଦୀର୍ଘ ବର୍ଷ ଧରି କାବ୍ୟା ଓ ଅନିରୁଦ୍ଧ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ସେମାନେ ଏହାକୁ ବିବାହର ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ପ୍ରଥମେ କାବ୍ୟାଙ୍କ ବାହାଘର ଓ ଭୋଜି ସମ୍ପର୍କରେ ନିଶ୍ଚିତ କରାଯାଇଛି। ବାହାଘର ପାଇଁ କାବ୍ୟାଙ୍କ ବାପା ମା’ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ନିମନ୍ତ୍ରଣ କରିଛନ୍ତି। ସନ ଗ୍ରୁପର ଅଧ୍ୟକ୍ଷ କଳାନିଧି ମାରନ ଓ କାବେରୀ ମାରନ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ ଭେଟି ନଭେମ୍ବର ୨୧ରେ ଚେନ୍ନାଇରେ ହେବାକୁ ଥିବା କାବ୍ୟା-ଅନିରୁଦ୍ଧଙ୍କ ଭୋଜିଙ୍କୁ ଡାକିଛନ୍ତି।

ନଭେମ୍ବର ୨୧ରେ ଚେନ୍ନାଇରେ ବିବାହ ରିସେପସନ୍ସ ହେବାକୁ ଥିବାରୁ ମାରନ ପରିବାର ଅନିରୁଦ୍ଧଙ୍କ ବାପାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି। ସେମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାବ୍ୟା ଓ ଅନୁରୁଦ୍ଧଙ୍କ ବାହାଘରକୁ ନିମନ୍ତ୍ରଣ କରିଛନ୍ତି।  ମାରନ ଦମ୍ପତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ସେମାନେ ବିଜୟଙ୍କୁ ଚେନ୍ନାଇ ରିସେପସନ୍ସକୁ ଡାକିଛନ୍ତି। ବିଜୟଙ୍କୁ ଭେଟିବା ସମୟରେ ଅନୁରୁଦ୍ଧ ମଧ୍ୟ ସେଠାରେ ରହିଥିଲେ। ବିଜୟଙ୍କ ଅନେକ ଫିଲ୍ମରେ ଅନିରୁଦ୍ଧ ସଂଗୀତ ତିଆରି କରିଛନ୍ତି।