ବନ୍ଧ ଭାଙ୍ଗିଲେ ତଳକୁ ମାଡ଼ିଆସିବ ପ୍ରଳୟଙ୍କରୀ ବନ୍ୟା

ହିମାଳୟରେ ସୃଷ୍ଟି ହେଲାଣି ୧୩୧ଗ୍ଲେସିଅର ଲେକ୍, ଧୀରେ ଧୀରେ ଜମା ହେଉଛି ପାଣି। ବନ୍ଧ ଭାଙ୍ଗିଲେ ତଳକୁ ମାଡ଼ିଆସିବ ପ୍ରଳୟଙ୍କରୀ ବନ୍ୟା। ନେପାଳ ଭଳି ଭାରତରେ ସ୍ଥିତି ହୋଇପାରେ । ରିପୋର୍ଟ ମୁତାବକ, ଉତ୍ତରାଖଣ୍ଡର ଅଳକାନନ୍ଦା ବେସିନ୍‌ରେ ଗତ ୩୦ ବର୍ଷରେ ୫୭ଟି ନୂଆ ଗ୍ଲେସିଆଲ୍ ଲେକ୍ ତିଆରି ହୋଇଛି। ଏହାକୁ ମିଶାଇ ହ୍ରଦ ସଂଖ୍ୟା ୧୩୧ରେ ପହଞ୍ଚିଛି। ଗବେଷକମାନେ ୨୭ଟି ହ୍ରଦରେ ଉଲ୍ଲେଖନୀୟ ବୃଦ୍ଧି ଚିହ୍ନଟ କରିଛନ୍ତି। ଏଥିମଧ୍ୟରୁ ବଦ୍ରିନାଥ ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳ ଉପର ଅଞ୍ଚଳରେ ମଧ୍ୟ ଗୋଟିଏ ହ୍ରଦ ରହିଛି।

ତେଣୁ ହ୍ରଦର ଆକାର ବଢ଼ିବା ଏବଂ ତାହାର ପ୍ରାକୃତିକ ବନ୍ଧର ସ୍ଥିରତା ଉପରେ ନଜର ରଖିବା ଅତ୍ୟନ୍ତ ଜରୁରୀ। କାରଣ ଯଦି ଏହା ଭାଙ୍ଗେ କ୍ଷଣିକରେ ବିନାଶ ନିଶ୍ଚିତ। ତେଣୁ ଏହାକୁ ନେଇ କେନ୍ଦ୍ର ସରକାର ହିମାଳୟୀ ରାଜ୍ୟଗୁଡ଼ିକରେ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, କିଛି  ଦିନ ତଳେ ନେପାଳରେ ଆସିଥିଲା ଜଳୟ ପ୍ରଳୟ। ଏହି ଜଳ ପ୍ରଳୟରେ  ଆଖି ପିଛୁଳାକେ ସବୁ ଶେଷ ହୋଇଯାଇଥିଲା।  ଯଦି ହିମାଳୟରେ ଜଳପ୍ରଳୟ ଆସେ, ତାହାହେଲେ ପରିସ୍ଥିତି ଭୟଙ୍କର ହେବ।