ପାଳି ଘୋଷଣା କରିଲା ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଚାପରେ

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ୯ ୱିକେଟ ବିନିମୟରେ ୫୦୩ ରନ କରିବା ପରେ ଟିମ ଇଣ୍ଡିଆ ପାଳି ଘୋଷଣା କରିଥିଲା ।  ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ମାତ୍ର ୮ ରନ୍‌ରେ ୨ଟି ୱିକେଟ୍ ହରାଇ ଚାପରେ ରହିଛି ।

Sri Lanka vs India

ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ ପଡିକଲ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଧ୍ରୁବ ଜୁରେଲ ଅପରାଜିତ ଶତକ କରିଛନ୍ତି । ଫଳରେ ଭାରତ ପ୍ରଥମ ଇନିଂସରେ ୫୦୩/୯ ସ୍କୋରରେ ପାଳି ଘୋଷଣା କରିଛି। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୨ ଉଇକେଟ ହରାଇ ୮ ରନ କରିଛି । ମ୍ୟାଚ୍‌ରେ ଆହୁରି ୩ ଦିନ ଥିଲା ବେଳେ ହାତରେ ୮ ଉଇକେଟ ରଖିଥିବା ଶ୍ରୀଲଙ୍କା ଭାରତର ସ୍କୋରଠାରୁ ୪୯୫ ରନ ପଛରେ ରହିଛି ।

India vs Sri Lanka 1st Test: India Take 178-Run Lead In First Innings At  Stumps On Day 3

ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୫)ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଆରମ୍ଭରୁ ସାରାଂଶ ଜୈନ (୬) ଆଉଟ୍‌ ହୋଇଥିଲେ । ହେଲେ ପୂର୍ବଦିନ ଅପରାଜିତ ଥିବା ଜୁରେଲ, ପ୍ରଥମ ଦିନ ରିଷ୍ଟ ଇଞ୍ଜୁରି କାରଣରୁ ରିଟାୟର୍ଡ ହର୍ଟ ହୋଇଥିବା ପନ୍ତଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦୁହେଁ ସପ୍ତମ ଉଇକେଟରେ ଶତକୀୟ ପାର୍ଟନରଶିପ କରିବା ସହ ବ୍ୟକ୍ତିଗତ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ । ଲଞ୍ଚ ପରେ ପ୍ରଥମ ବଲରେ ପନ୍ତ (୬୩ ରନ, ୬ ଚୌକା ଓ ୨ ଛକା) ଆଉଟ୍‌ ହୋଇଥିଲେ । କିନ୍ତୁ ଜୁରେଲ, ମାନବ ସୁଥର ଓ ମହମ୍ମଦ ସିରାଜଙ୍କ ଭଳି ଲୋୟର ଅର୍ଡର ବ୍ୟାଟରଙ୍କ ସହ ମିଶି ଦଳୀୟ ସ୍କୋରକୁ ୫୦୦ ଅତିକ୍ରମ କରାଇଥିଲେ । ଏଥିସହିତ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ । ଉଭୟ ପାର୍ଟନରଶିପ୍‌ ମଧ୍ୟରେ ବର୍ଷା କାରଣରୁ ଖେଳ କିଛି ସମୟ ପାଇଁ ବନ୍ଦ ମଧ୍ୟ ହୋଇଥିଲା, ଯାହାକି ଜୁରେଲଙ୍କ ଶତକ ଓ ଭାରତୀୟ ଦଳର ଇନିଂସ ଘୋଷଣାରେ ବିଳମ୍ବ କରିଥିଲା । ଶେଷରେ ଭାରତୀୟ ଦଳ ୫୦୩/୯ ସ୍କୋରରେ ଇନିଂସ ଘୋଷଣା କରିଥିଲା । ଜୁରେଲ ୧୧୫ (୯ ଚୌକା ଓ ୨ ଛକା) ରନ କରି ଅପରାଜିତ ରହିଥିଲେ ।

IND vs SL 2nd Test, Day 1 Highlights: देवदत्त का शतक, गिल का अर्धशतक; भारत  ने बनाए 5 विकेट पर 300 रन | Jansatta