ବ୍ରାଉନ ସୁଗାର କାରବାର ରାକେଟର ପର୍ଦ୍ଦାଫାଶ କଲା ବଡବିଲ ପୋଲିସ

ବଡବିଲ ଥାନା ଭଦ୍ରାସାହିର ମୁଣ୍ଡାସାହି ଜଙ୍ଗଲରେ ମାଦକ ଦ୍ରବ୍ୟ ଯୋଗାଣକାରୀ ବ୍ରାଉନ ସୁଗାର ସହିତ ଥିବା ଏକ ଗ୍ୟାଙ୍ଗ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ପୋଲିସ ୪ଜଣ କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ମୋବାଇଲ ଓ ୫୦ ହଜାର ଟଙ୍କା ସହିତ ଏକ ବାଇକ ଜବତ କରିଛି । ପରେ ସେମାନଙ୍କ ଠାରୁ ସୂଚନା ପାଇ ଏହି ରାକେଟରେ ଜଡିତ ଦୁଇ ଜଣ ମାଦକ ଦ୍ରବ୍ୟ ବିକ୍ରେତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଗ୍ରାମର ସମିମ ଅକତର, ମେହେବୁବ ସେକ, ଜୋରାଜ ସେକ ବଡବିଲ ଥାନା ବରକତ ନଗରର ମହମ୍ମଦ ତୋହିଦ ଝୁମ୍ପୁରା ଥାନା ଇସଲାମପୁରର ମହମ୍ମଦ ରାମିଜ ରାଜା ଝାରଖଣ୍ଡ ପଶ୍ଚିମ ସିଂହଭୂମର ସଫିକ ସେକ ବୋଲି ପୋଲିସ ସୂଚନା ଦେଇଛି ।