ନିଶା ବେପାର କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଲେ ଦୁଇ ଶିକ୍ଷକ

ପେସାଥିଲା ଶିକ୍ଷକତା ହେଲେ କରୁଥିଲେ ନିଶା ବେପାର । ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହେଲେ ଦୁଇ ଶିକ୍ଷକ । କଳାହାଣ୍ଡି ଜିଲ୍ଲାରୁ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗିର ସଇଁତଳା ଥାନା ବରଗାଁ ନିକଟରେ ମାଡି ବସିଥିଲା ଅବକାରୀ ବିଭାଗ । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ,କର୍ଲାମୁଣ୍ଡା ବ୍ଲକ ସରଗୁଲ. ମାଲପଡ଼ା ଗ୍ରାମର କିଶୋର କୁମାର ଓ ରିଞ୍ଜା ଗ୍ରାମର ଜୀତେନ୍ଦ୍ର କୁମାର ସାହୁ ନାମକ ଦୁଇ ଶିକ୍ଷକ ସମେତ କର୍ଲାମୁଣ୍ଡା ବସ୍ତିର ସଞ୍ଜୟ ବାଗ ନାମକ ଯୁବକ ଏକ କାରରେ ଗଞ୍ଜେଇ ଚାଲାଣ କରୁଥିବା ନେଇ କୌଣସି ସୁତ୍ର ରୁ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ ଟିଟଲାଗଡ଼ ଓ ତୁଷାର ଅବକାରୀ ବିଭାଗ ମିଳିତ ଉଦ୍ୟମରେ ବରଗାଁ ଛକ୍ ଠାରେ ଧରପଗଡ଼ କରିଥିଲେ। ଏହି ସମୟରେ ସେମାନଙ୍କ ଠାରୁ ଅବକାରୀ ବିଭାଗ ୩୩ କେଜି ଗଞ୍ଜେଇ ସମେତ କାର ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ସେମାନଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଛି । କିଶୋର ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଥିବା ବେଳେ ଜୀତେନ୍ଦ୍ର କୁମାର ସାହୁ ବତିକୁପା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଟନ୍ତି । ଏହା ପୁର୍ବରୁ କିଶୋର ନକଲି ଶିକ୍ଷା ଗତ ପ୍ରମାଣ ପତ୍ର ଦେଇ ଅନେକ ଯୁବକ ଯୁବତୀଙ୍କୁ ପୋଷ୍ଟାଲ ଚାକିରି କରି ଦେବା ମାମଲାରେ ଧରାପଡିଥିଲେ। ଯାହାର ତଦନ୍ତ ସିବିଆଇ କରୁଥିବା ସୂଚନା ମିଳିଛି ।