ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ବରୀ ବ୍ଲକ ପରିସରରେ ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ ରବିନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଇ ବର୍ଷର ସରକାରଙ୍କ ଦ୍ୱାର ରାଜ୍ୟ ଓ ଯାଜପୁର ଜିଲ୍ଲାରେ ହୋଇଥିବା ଓ ହେବାକୁ ଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ କହିଥିଲେ।