ମାଛ ଧରିବାକୁ ଯାଇ ଦେବୀ ନଦୀରେ ଯୁବକ ନିଖୋଜ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ମାଛଗାଁ ସୁକିଦା ଗ୍ରାମର ପ୍ରକାଶ ପରିଡାଙ୍କ ଏକ ମାତ୍ର ପୁଅ ସଂଗ୍ରାମ ପରିଡା (୨୬) ନିଜ ୪ ସାଙ୍ଗ ମାନଙ୍କ ସହିତ ଦେବୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲା । ଦୁଇ ସାଙ୍ଗ ନଦୀରେ ପହଁରି କୂଳକୁ ଆସି ଥିବା ବେଳେ ସ୍ମୃତି ରଞ୍ଜନ ପରିଡା ଓ ସଂଗ୍ରାମ ପରିଡା ନଦୀ ରେ ବୁଡ଼ି ଯାଉଥିଲେ । ନଦୀରେ ମାଛ ଧରୁଥିବା ଅନ୍ୟ କିଛି ବ୍ୟକ୍ତି ସ୍ମୃତିଙ୍କୁ ଉଦ୍ଧାର କରିଥିବା ବେଳେ ସଂଗ୍ରାମ ନଦୀରେ ବୁଡ଼ି ଯାଇଥିଲା । ଅଗ୍ନିସମ ବାହିନୀ ପହଂଚି ନଦୀରେ ଖୋଜିବାକୁ ଚେଷ୍ଟା କରିଥିବା ବେଳେ ଉଦ୍ଧାର ସାମଗ୍ରୀ ନ ଥିବାରୁ ନଦୀକୁ ପଶିବାକୁ ଭୟ କରିଥିଲେ । ତେବେ ଏପଯ୍ୟନ୍ତ ପାଣିରେ ବୁଡ଼ି ଯାଇଥିବା ସଂଗ୍ରାମ ପରିଡାଙ୍କ ଖୋଜ ଖବର ମିଳି ପାରି ନାହିଁ ।