ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ

ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ । ତିନି ଜଣ ଅଟୋ ଚାଳକ ଗୁରୁତର । ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ପୁରୀ ସମୁଦ୍ରକୂଳ ଲାଇଟ୍ ହାଉସ୍ ଛକ ନିକଟରେ ହୋଇଛି ଏପରି ମରଣାନ୍ତକ ଆକ୍ରମଣ । ଦିନ ଦ୍ବିପହରରେ 4 ଜଣ ଦୁର୍ବୁତ୍ତ ଆସି ଲାଇଟ୍ ହାଉସ୍ ଛକ ନିକଟରେ ତିନି ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ସ୍ପଷ୍ଟ ଜଣା ପଡି ନଥିଲେ ହେଁ ଅଟୋ ଷ୍ଟାଣ୍ଡକୁ ନେଇ ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।ଆହତ ମାନେ ପୁରୀ ସଦର ମୁଖ୍ୟ ଚିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ଆହତ ମାନେ ହେଲେ 28 ବର୍ଷୀୟ ପ୍ରଦୀପ ବେହେରା,28 ବର୍ଷୀୟ ଦୀପକ ପ୍ରଧାନ ଓ 45 ବର୍ଷୀୟ ରମେଶ ପ୍ରଧାନ ।