ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିବା ବେଳେ ଗଣଶିକ୍ଷା ସଚିବ ଏନ ଥିରୁମାଳା ନାଏକ, ସିଏଚଏସଇ ଅଧ୍ୟକ୍ଷ ମୃଣାଳି କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ । ରେଜଲ୍ଟକୁ ନେଇ ରାଜ୍ୟର ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳିଛି ।
/filters:format(webp)/sambad/media/media_files/2026/05/20/untitled-2026-05-20-12-41-00.png)
ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରେ ଯାଜପୁର ଜିଲ୍ଲା ଉତ୍ତରଙ୍ଗ ଅଞ୍ଚଳର ଅଭିଲିପ୍ସା ବିଶ୍ୱାଳ ୯୪.୮ ପ୍ରତିଶତ ନମ୍ବର ସହିତ ଫାଷ୍ଟ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଭିଲିପ୍ସା ପ୍ରୟାଶ ହାୟର ସେକେଣ୍ଡାରି ସ୍କୁଲର ଛାତ୍ରୀ ହୋଇ ଥିବା ବେଳେ ଇଂରାଜିରେ ୯୭, ସାହିତ୍ୟରେ (ଓଡ଼ିଆ) ୯୩, ପଦାର୍ଥ ବିଜ୍ଞାନରେ ୯୩ ଏବଂ ରସାୟନ ବିଜ୍ଞାନରେ ୯୮ ନମ୍ବର ରଖିଛନ୍ତି । ଗଣତିରେ ୯୮ ଏବଂ ଜୀବବିଜ୍ଞାନରେ ୯୦ ନମ୍ବର ଆଣିଛନ୍ତି । ଅଭିଲିପ୍ସାଙ୍କ ସଫଳତାରେ ତାଙ୍କ ପରିବାର ଲୋକେ, କଲେଜର କର୍ମଚାରୀ, ଜନ୍ମମାଟିର ଲୋକେ ଏବଂ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇଛନ୍ତି ।

ଅଭିଲିପ୍ସା ସଫଳତା ପାଇବା ପରେ କହିଛନ୍ତି, ମୋର ପରିଶ୍ରମର ଫଳ ପାଇଛି । ଯୁକ୍ତ ୨ରେ ଆସିଥିବା ରେଜଲ୍ଟ ବାପା-ମା, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ମୋର ଶୁଭେଚ୍ଛୁଙ୍କ ଆଶୀର୍ବାଦ ଏବଂ ଭଲପାଇବା ପାଇଁ ସମ୍ଭବ ହୋଇପାରିଛି । ଏଥି ପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
