ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ହସ୍ପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଖରାଦିନରେ ରକ୍ତର ଅଭାବ ଓ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଶିବିରର ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି। ଢେଙ୍କାନାଳ ରକ୍ତଭଣ୍ଡାର ଉପରେ ଢେଙ୍କାନାଳ , ଅନୁଗୁଳ, ଆଠଗଡ଼ ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକେ ନିର୍ଭର କରିଥାନ୍ତି।

ବିଶେଷ କରି ଥାଲାସେମିଆ , ସିକିଲିସେଲ କିଡନୀ ଓ ଜରୁରୀକାଳିନ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ହୋଇଥାଏ।କିନ୍ତୁ ଆବଶ୍ୟକତା ଅନୁଯାୟୀ ରକ୍ତଦାନ ଶିବିର ଆୟୋଜନ ହେଉ ନଥିବାରୁ ଏବେ ବି ହାତଗଣତି ମାତ୍ର ୧୦ ୟୁନିଟ୍ ରକ୍ତ ମହଜୁଦ ରହିଛି।ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଯୁବପିଢ଼ି ଆଗେଇ ଆସି ରକ୍ତଦାନ କରିବାକୁ ଅପିଲ କରିଛନ୍ତି ରକ୍ତଦାତା।