ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାଓ୍ବାର୍, ଆଜି ସନ୍ଧ୍ୟାରେ ନେବେ ଶପଥ

ମହାରାଷ୍ଟ୍ର: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପତ୍ନୀ ଏବଂ ବର୍ତ୍ତମାନର ରାଜ୍ୟସଭା ସାଂସଦ ସୁନେତ୍ରା ପାଓ୍ବାର୍ ଆଜି ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ନ ୫ଟାରେ ତାଙ୍କର ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ଛଗନ ଭୁଜବଳ ସୂଚନା ଦେଇଛନ୍ତି ଯେ, ସୁନେତ୍ରା ପାୱାରଙ୍କ ନାମକୁ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି।

ଶପଥଗ୍ରହଣ ପୂର୍ବରୁ ସୁନେତ୍ରା ପାଓ୍ବାର୍ ପ୍ରଥମେ ଏନସିପି ବିଧାୟକ ଦଳର ନେତ୍ରୀ ଭାବେ ନିର୍ବାଚିତ ହେବେ, ତାପରେ ସେ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ବିଜେପି–ଏନସିପି–ଶିବସେନା ମେଣ୍ଟର ସରକାରରେ ୨ଟି ଉପମୁଖ୍ୟମନ୍ତ୍ରୀ ପଦବୀ ରହିଛି। ଏହାର ମଧ୍ୟରୁ ଗୋଟିଏ ପଦବୀ ଏନସିପିକୁ ଏବଂ ଅନ୍ୟଟି ଶିବସେନାକୁ ବିଜେପି ପକ୍ଷରୁ ଦିଆଯାଇଛି।