ରାୟପୁରରେ ଭାରତର ବଡ଼ ବିଜୟ, ୭ ୱିକେଟରେ ହାରିଲା ନ୍ୟୁଜଲ୍ୟାଣ୍ଡ

ରାୟପୁର: ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ଭାଗୀଦାର ବଳରେ ଭାରତ ଆଉ ଏକ ଜବରଦସ୍ତ ବିଜୟ ପାଇଛି। ଫଳରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି ଭାରତ। ୨୦୯ ବିଜୟ ଲକ୍ଷ୍ୟକୁ ଭାରତ ୨୮ ବଲ୍‌ ପୂର୍ବରୁ ହାସଲ କରି ବିଶ୍ବକପ୍‌ର ଦୁଇ ସପ୍ତାହ ପୂର୍ବରୁ ଆତ୍ମବିଶ୍ବାସରେ ରହିଥିବା ଆଭାସ ବି‌ ଦେଇଛି। ଟସ୍‌ ଜିତି ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଡାକିଥିଲେ।

ପ୍ରଥମ ମଇଦାନକୁ ଓହ୍ଲାଇଥିବା କିଓ୍ବି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ୍ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେନ ସାଣ୍ଟନର ସର୍ବାଧିକ ୪୭ ରନ୍ କରିଥିବା ବେଳେ, ରଚିନ ରବିନ୍ଦ୍ରନ ୪୪ ରନ୍, ଟିମ୍ ସେଫର୍ଟ ୨୪, ଡେଭନ୍ କନଓ୍ବେ ୧୯, ଗ୍ଳେନ୍ ଫିଲିପ୍ସ ୧୯, ଡାରିଲ ମିଚେଲ ୧୮, ଜାକାରି ଫୁଲକର୍ସ ୧୫ ଏବଂ ମାର୍କ ଚାମ୍ପମାନ ୧୦ ରନ୍ କରିଥିଲେ। ତେବେ ଭାରତ ପକ୍ଷରୁ ବୋଲିଂରେ କୁଲଦିବ ଯାଦବ ୨ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଭାରତ ଆଗରେ ୨୦୯ ରନର ଲକ୍ଷ୍ୟ ରହିଥିବାବେଳେ ୨୮ ବଲ ବାକି ଥାଇ ଭାରତ ଏହାକୁ ପୂରଣ କରିଛି । ପ୍ରଥମରୁ ଭାରତକୁ ଝଟକା ଲାଗିଥିଲା । ସଞ୍ଜୁ ସାମସନ ମାତ୍ର ୫ ରନ ଏବଂ ଅଭିଶେକ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ମାତ୍ର ପରେ ଇଶାନ କିଶନ ୩୨ ବଲରେ ୭୬ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୮୨ କରିଥିଲେ । ଇଶାନ କିଶାନଙ୍କ ପରେ ଶିଭମ ଦୁବେ ୧୮ ବଲରୁ ୩୬ ରନର ପାଳି ଖେଳିଥିଲେ । ଫଳରେ ଭାରତ ୨୮ ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଛି ।