ଆସନ୍ତା ୨୦ ତାରିଖରୁ ଆରମ୍ବ ହେବ ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବରଗଡ ଜିଲ୍ଲାରୁ ଆରମ୍ବ ହେବ ଧାନ କିଣା । ଏପଟେ ଧାନ ସଂରକ୍ଷଣ ପାଇଁ , ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆଗାମୀ ଦୁଇ ବର୍ଷ ମଧ୍ୟରେ, ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ୟାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ୟ୍ୟ ଆରମ୍ବ କରାଯଆଇଛି । ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି । ୯୭୩ଟି ସମବାୟ ସମିତି, RMCରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତି ଭୂମି ବିକାଶ ପାଇଁ କାର୍ୟ୍ୟ ଆରମ୍ବ ।