ପୁଣି ପରୀକ୍ଷା ଦ୍ବନ୍ଦ୍ବ: କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା

ଭୁବନେଶ୍ଵର: ପରୀକ୍ଷାକୁ ନେଇ ପୁଣି ଦ୍ଵନ୍ଦରେ ଛାତ୍ରଛାତ୍ରୀ । କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଦ୍ଵନ୍ଦରେ ପରୀକ୍ଷାର୍ଥୀ । OPSC ପକ୍ଷରୁ ଆସନ୍ତାକାଲି ରହିଛି ASO ଲିଖିତ ପରୀକ୍ଷା । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା । ଅନ୍ୟପକ୍ଷରେ OSSSC ପକ୍ଷରୁ ଜାରି ହୋଇଛି RI, ICDS, ARI ପରୀକ୍ଷା । କାଲି ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି OSSSC ପରିଚାଳିତ ପରୀକ୍ଷା । କାଲି ସମାନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି ASO ପେପର-୧ ପରୀକ୍ଷା । ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ଦେବେ ପରୀକ୍ଷା ବୋଲି ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ । ତେବେ OSSSC ଓ OPSC ମଧ୍ୟରେ ସମନ୍ବୟକୁ ନେଇ ସନ୍ଦେହରେ ପରୀକ୍ଷାର୍ଥୀ ।