ନୂଆପଡ଼ା: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି। ଶୁକ୍ରବାର ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଭାଜପାରେ କାହିଁକି ବୁଲୁଛୁ କହି ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ବିରୋଧି ଦଳ ନେତାଙ୍କ ଏଭଳି କାଣ୍ଡ ଦଳ ପାଇଁ ସମସ୍ୟାର କାରଣ ହୋଇପାରେ । ଗତକାଲି ଜଣେ ଯୁବକ ନୂଆପଡାର କୋମନା ଥାନାରେ ତାଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବିକ,ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ତାଙ୍କୁ ମାଡ଼ ମାରିଥିଲେ । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଲିଗୁଲଜ ମଧ୍ୟ କରିଥିଲେ । ଏନେଇ ଥାନାରେ ଏତଲା ଦେଇଥିଲେ ଯୁବକ । ଏପରିକି ପୋଲିସ ତାଙ୍କୁ ଉଦ୍ଧାର କରିନଥିଲେ ସେ ଜୀବନ ପାଇ ପାରିନଥାନ୍ତେ ବୋଲି ମଧ୍ୟ କହିଛନ୍ତି । ଏଥିପାଇଁ ଘଟଣାର ତଦନ୍ତ ଦାବି କରି ନ୍ୟାୟ ମାଗିଛନ୍ତି ଅଭିଯୋଗକାରୀ।