ବ୍ରହ୍ମପୁର: ଗୋପାଳପୁର ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା କିଛି ଟ୍ରଲର । କୂଳକୁ ଆସିବା ପାଇଁ ଚେଷ୍ଟା ସତ୍ତ୍ବେ ଫସି ରହିଥିବା ସୂଚନା । ଟ୍ରଲ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ । ଏହାର ପ୍ରଭାବରେ ସୋମବାର ଗୋପାଳପୁର ଓ ଆଖପାଖ ଅଞ୍ଚଳ ସକାଳୁ ସକାଳୁ ପବନ, ବର୍ଷା ହେବା ସହ ଘଡ଼ଘଡ଼ି ଆରମ୍ଭ ହୋଇଯାଇଛି । ଏହା ପ୍ରକୋପରେ ଗୋପାଳପୁର ସମୁଦ୍ର ଧିରେ ଧିରେ ଅଶାନ୍ତ ହେବା ଉଗ୍ରରୂପ ଧାରଣ କରୁଛି । ଗୋପାଳପୁର ବନ୍ଦରକୁ ଦୁଇ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ପର୍ଯଟକମାନଙ୍କୁ ବୁଲିବାକୁ ବାରଣ କରାଯାଇଛି । ଆସନ୍ତା ୨୯ ତାରିଖ ପର୍ଯନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ପୂର୍ବରୁ ନିଜକୁ ପ୍ରସ୍ତୁତି ହେବା ଲାଇନ ବିଭାଗ ସଜାଗ ରହିଛି । ରଙ୍ଗେଇଲୁଣ୍ଡା ବ୍ଲକ ଓ ଗୋପାଳପୁର ଏନଏସି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇ ସଜାଗ ରହିଛନ୍ତି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହିବା ସମ୍ଭାବନା ରହିଛି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ରେ ଭୂସ୍ଖଳନ ଆଶଙ୍କା ରହିଛି । ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି । ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ । ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ । ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍ । ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି, ପରିସ୍ଥିତିକୁ ମୁକାବିଲା କରିବୁ ବୋଲି ସୂଚନା ଦେଇଛି ।