ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା କେବଳ ୨୧ରେ ଲଘୁଚାପ, ୨୩ ସୁଦ୍ଧା ଅବପାତ ଆକଳନ କରାଯାଇଛି । ଅବପାତ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଉପକୂଳ ମୁହାଁ ହେବା ସମ୍ଭାବନା । ତେବେ ଓଡ଼ିଶା ପାଇଁ କୌଣସି ପ୍ରକାର ସତର୍କ ସୂଚନା ଜାରି କରିନୁ । ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରି ଆସିବା ଦରକାର । ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ନେଇ ଆକଳନ କରିହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତାହା କ୍ରମଶଃ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ମୁହାଁଇବ । ଯାହା ପ୍ରଭାବରେ ୨୧ ତାରିଖରୁ ୨୩ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ଯାଇଛନ୍ତି, ସେମାନେ ୨୧ ତାରିଖ ସୁଦ୍ଧା କୂଳକୁ ଫେରିଆସିବା ଉଚିତ୍ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ଦିନ ପାଇଁ ସତର୍କ ସୂଚନା ଦିଆଯାଇଛି । ଅକ୍ଟୋବର ୨୯ ତାରିଖ ପାଇଁ ସେଭଳି କୌଣସି ପୂର୍ବାନୁମାନ କରାଯାଇନଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।