ଭୁବନେଶ୍ୱର:- ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇ-ଚାଲାଣରେ ସରକାର ଲାଗୁ କରୁଥିବା ଜରିମାନାରେ ୫୦ ପ୍ରତିଶତ କୋହଳ କରାଯାଇଛି। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥି ପାଇଁ ମୋଟ୍ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ ବାବଦରେ ଭରିବାକୁ ହେବ।
/odishatv/media/post_attachments/uploadimage/library/16_9/16_9_0/recent_photo_1733065788.webp)
ଯେଉଁ କ୍ଷେତ୍ରରେ ୫୦ ହଜାର ଟଙ୍କା ଫାଇନ କଟାଯାଇଥିବ ସେଠାରେ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୦ ହଜାର ବଦଳରେ ୫ ହଜାର ଏବଂ ୫ ହଜାର ବଦଳରେ ୨୫୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ପରିବହନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ଜରୁରୀକାଳୀନ କାମରେ ଥିବା ଗାଡ଼ିକୁ ଯିବାକୁ ଦିଆ ନଯିବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ, ୫୦୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ସେହିପରି ବିନା ବୀମାରେ ପରିବହନ ବିଭାଗ ହାତରେ ଧରାପଡ଼ିବା କାରଣରୁ ୨୦୦୦ ଟଙ୍କା ଜରିମାନା ଲାଗିଥିଲେ ୧୦୦୦ ଟଙ୍କା ଦେବାକୁ ହେବ।
