ଷୋଡ଼ଶତମ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ନାଲକୋନଗର ଠାରେ ଉଦଘାଟିତ ହୋଇଯାଇଛି

ଷୋଡ଼ଶତମ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ନାଲକୋନଗର ଠାରେ ଉଦଘାଟିତ ହୋଇଯାଇଛି ।ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ କାରିଗର, ସ୍ବୟଂସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ ଏବଂ ଚାଷୀ ଉତ୍ପାଦକ ଅନୁଷ୍ଠାନମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ସିଧାସଳଖ ଗ୍ରାହକ ଓ ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟ ରଖି ଆରମ୍ଭ ହୋଇଛି ଏହି ପଲ୍ଲୀଶ୍ରୀ ମେଳା। ତେବେ ଆଜି ପୂର୍ବାହ୍ନ ରେ ଏହି ପଲ୍ଲିଶ୍ରୀ ମେଳା କୁ ଢ଼େଙ୍କାନାଳ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତାଳଚେର ର ବିଧାୟକ ବ୍ରଜ କିଶୋର ପ୍ରଧାନ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ବବିତା ପ୍ରଧାନ , କୁଲାଡ଼ ଟ୍ରକ୍ ମାଲିକ ସଂଘ ସଭାପତି ରଞ୍ଜନ ଜେନା, ନାଲକୋ ର ନିର୍ବାହୀ ନିର୍ଦ୍ଦେଶକ ସୁଭ୍ରମନ୍ୟମ ନିର୍ଲଲା ଉପସ୍ଥିତ ଥିଲେ। ଏହାକୁ ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହାୟତାରେ ଆୟୋଜନ ହୋଇଛି | ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ କାରିଗର, ସ୍ବୟଂସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ ଏବଂ ଚାଷୀ ଉତ୍ପାଦକ ଅନୁଷ୍ଠାନମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ସିଧାସଳଖ ଗ୍ରାହକ ଓ ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା। ଏହି ଜିନିଷଗୁଡିକର ବଜାରରେ ଚାହିଦା ସୃଷ୍ଟି କରିବା ଏବଂ ଖାଉଟିଙ୍କ ଦ୍ବାରା ଆଲୋଚନାରେ ସେମାନଙ୍କର ଆବଶ୍ୟକତା ଜାଣି ସାମଗ୍ରୀର ମୂଲ୍ୟଯୁକ୍ତ କରାଇବା | ପ୍ରତିବର୍ଷ ଅନୁଗୋଳ ଜିଲ୍ଲାର ନାଲକୋନଗରର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଉପଲକ୍ଷେ ଏହିମେଳା ଆୟୋଜନ କରାଯାଉଅଛି। ୨୦୨୪ ବର୍ଷରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଥିଲା । ୨୦୨୪ ବର୍ଷ ପଲ୍ଲିଶ୍ରୀ ମେଳାରେ ୬ କୋଟି ୨୯ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିଲା |ତେଣୁ ଚଳିତ ବର୍ଷ ଏହା ୧୦ କୋଟି ରେ ପହଞ୍ଚିବା ବୋଲି ଆଶା କରାଯାଉଛି ।  ଏହି ବର୍ଷ ମୋଟ ୨୨୦ଟି ଷ୍ଟଲର ହୋଇଛି ଏବଂ ୧୪ଟି ଖାଦ୍ୟ ଷ୍ଟଲର ମଧ୍ୟ ଆୟୋଜନ କରାଯାଇଅଛି। ଓଡିଶାର ୩୦ଟି ଜିଲ୍ଲା ସମେତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, କର୍ଣାଟକ, ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆସାମ, ଦିଲ୍ଲୀ, ମଣିପୁର, ତାମିଲନାଡୁ ଆଦି ରାଜ୍ୟର କାରିଗର ଓ ଉତ୍ପାଦକ ଗୋଷ୍ଠୀମାନେ ଭାଗନେବେ। ସରକାରଙ୍କର ବିଭିନ୍ନ ବିଭାଗ ଯଥା ହସ୍ତ, କୁଟୀର ଶିଳ୍ପ ବିଭାଗ, ଜିଲ୍ଲା ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ବୟନ ଶିଳ୍ପ ବିଭାଗ, ଜଙ୍ଗଲ ବିଭାଗ ଏବଂ ବିଭାଗ ଆଦି ଏଠାରେ ଭାଗ ନେବେ। ଶିଳ୍ପ ବିଭାଗ, ମିଶନ ଶକ୍ତିପାଇଁ ଆଠ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାକୁ ଅଧ‌ିକ ଆକର୍ଷଣୀୟ କରିବା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଅଛି। ମେଳାରେ ସ୍ବାସ୍ଥ୍ୟ, ପାନୀୟଜଳ, ଅଗ୍ନିଶମ, ଆଇନଶୃଙ୍ଖଳାର ସଠିକ ପରିଚାଳନା ନିମନ୍ତେ ଜିଲ୍ଲା ଚିକିତ୍ସାଧିକାରୀ,ନାଲକୋ, ଅନୁଗୋଳ ମୁନିସିପାଲିଟି, ଅଗ୍ନିଶମ ବିଭାଗ, ଜିଲ୍ଲା ପୁଲିସ, ବ୍ୟାଙ୍କ ଓ ଜନସ୍ବାସ୍ଥ୍ୟ ବିଭାଗ ସହଯୋଗ କରିବେ | ସେହିପରି ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ୍, ସେଲଫି ପଏଣ୍ଟ (ଆମ ଅସ୍ମିତା ଆମ ଗୌରବ) ର ପ୍ରଦର୍ଶନୀ ଓ ମେଳାରେ ମନୋରଞ୍ଜନ ପାଇଁ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିମାନଙ୍କୁ ମେଳାରେ ବୁଲିବା ପାଇଁ ସ୍ବତନ୍ତ୍ର ହୁଇଲଚେୟାରର ବ୍ୟବସ୍ଥା କରାଯାଇଅଛି। ମେଳା ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ଦିଗରେ ସମସ୍ତପ୍ରକାର ପଦକ୍ଷେପ ନିଆଯିବ | ମେଳା ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ ପ୍ରକାଶ କରିଛନ୍ତି ।