ବଣାଇ: ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ସେହିପରି ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର । CRPF ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୍ ବେଳେ ମୃତ ।

ସୂଚନା ଅନୁସାରେ, ରାଉଲକେଲା ଝାଡଖଣ୍ଡରେ ଚାଲିଥିବା ନକ୍ସଲ ଅପରେସନରେ ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା । ହଜାରିବାଗ ପୁଲିସ ଏବଂ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ଅପରେସନ ଚାଲିଥିବା ବେଳେ ମାଓବାଦୀ ଏବଂ ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଫଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଥିଲେ ୩ ହାର୍ଡକୋର ମାଓବାଦୀ । ନିହତ ହେଇଥିବା ସମସ୍ତ ନକ୍ସଲ ସିପିଆଇ ମାଓବାଦୀ ସଙ୍ଗଠନର ସଦସ୍ୟ ଥିଲେ । ସେମାନଙ୍କୁ ଧରିବା ପାଇଁ ସରକାରଙ୍କ ପକ୍ଷରୁ ମୁଣ୍ଡ ପିଛା ରାଶି ଘୋଷଣା ମଧ୍ୟ କରାଯାଇଥିଲା । ତେବେ ଘଟଣାସ୍ଥଳରୁ ୩ଟି ଏକେ୪୭ ବନ୍ଧୁକ ଜବତ ହୋଇଛି । ୨୦୯ କୋବ୍ରା ଯବାନଙ୍କ ପକ୍ଷରୁ ଏବେ ବି ଅପରେଶନ ଜାରି ରହିଛି ।