ପୁରୀ: ଶ୍ରୀମନ୍ଦିର ଉପରକୁ ଜଣେ ବ୍ୟକ୍ତିଙ୍କ ଚଢ଼ିବା ଉଦ୍ୟମ ପରେ ଅନୁଧ୍ୟାନ । ମନ୍ଦିର ଚତୁଃପାର୍ଶ୍ବ ବୁଲି ବୁଲି ଅନୁଧ୍ୟାନ କଲେ ମୁଖ୍ୟ ପ୍ରଶାସକ ଓ ଏସ୍ପି । ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପ୍ରତିକ୍ରିୟା । ଶ୍ରୀମନ୍ଦିରର କେଉଁ କେଉଁ ସ୍ଥାନରେ ଚଢ଼ିବା ସୁଯୋଗ ଅଛି ତା’ ବୁଲି ବୁଲି ଦେଖିଲୁ । ଏସବୁ ସ୍ଥାନ ପୋଲିସ ସୁରକ୍ଷା ବଳୟକୁ ନିଆଯିବ । ତା’ସହ ପୋଲିସ ମଧ୍ୟ ମୁତୟନ ହେବେ । ଆନନ୍ଦ ବଜାରରେ ପୋଲିସର କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ସିସିଟିଭି କ୍ୟାମେରାର ଫିଡ୍କୁ ସେମାନେ ନିରୀକ୍ଷଣ କରିପାରିବେ । ମନ୍ଦିରକୁ ନ ଚଢ଼ିବା ପାଇଁ ସଚେତନ କରିବାକୁ ସାଇନ୍ ବୋର୍ଡ ଲଗାଯିବ । କଠୋର ଆଇନ୍ ଆଣିବାକୁ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତେବେ ଆଝି ସକାଳୁ ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ଜଣେ ଯୁବକ । ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ଭକ୍ତ । ଉପରକୁ ଭକ୍ତ ଚଢ଼ୁଥିବା ଦେଖି କାବୁ କଲେ ସୁରକ୍ଷାକର୍ମୀ । ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ନେଇ ସୂଚନା ମିଳିଛି । ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ମନୋଜ ସିଂହ । ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି । ସେହିପରି କିଛି ଦିନ ତଳେ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଥିଲେ ଜଣେ ବ୍ୟକ୍ତି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ରୁ ୭ ଫୁଟ୍ ଚଢି ସାରିଥିବା ବେଳେ କାବୁ କରିଥିଲା ଜଗନ୍ନାଥ ମନ୍ଦିର ପୋଲିସ । ପରେ ଉକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଥିଲା ଜେଟିପି । ଅଟକ ବ୍ୟକ୍ତି ଜଣଙ୍କ ବିହାରର ବୋଲି ଜଣାପଡିଥିଲା ।