ରାଜ୍ୟରେ ଭୋଟ ଚୋରୀ ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି

ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରୀ ହୋଇଛି। ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି। ଏହା ସିଧାସଳଖ ଭୋଟ ଚୋରୀ ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସାରା ଦେଶରେ ଏବେ କଂଗ୍ରେସ ର ଭୋଟ ଚୋରି ଅଭିଯୋଗ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏ ସଂପର୍କରେ ଆଜି ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭୋଟ ଚୋରୀ ସମ୍ପର୍କରେ ତଥ୍ୟ ଦିଆଯାଇଛି। ବିଭିନ୍ନ ରାଜ୍ୟର ନିର୍ବାଚନରେ ନକଲି ଭୋଟ, ଜଣେ ଭୋଟର ଙ୍କ ନାମରେ ଏକାଧିକ ଭୋଟ ଭଳି ଏକାଧିକ ବେଆଇନ କାମ ହୋଇଛି।

 ଏଭଳି ଷଡଯନ୍ତ୍ରରେ ନିର୍ବାଚନ କମିଶନର ଭୂମିକା ସିଧାସଳଖ ସଂନ୍ଦେହ ଘେରରେ। ତେଣୁ ଗଣତନ୍ତ୍ର ଏବେ ସାରା ଦେଶ ବିପଦରେ ପଡିଛି। ଏହାକୁ କେବଳ ଗୋଟିଏ ଦଳ ନୁହେଁ ସାଧାରଣ ଭୋଟର ମଧ୍ଯ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ। ନିଜ ସାମ୍ବିଧାନିକ ଅଧିକାରକୁ ବଞ୍ଚାଇବା ଦାୟିତ୍ବ ନାଗରିକଙ୍କର। ଏସବୁ ବିଷୟରେ କଂଗ୍ରେସ ଲୋକଙ୍କୁ ସଚେତନ କରିବା ସହ ଆଗକୁ ଜୋରଦାର ଆନ୍ଦୋଳନ ହେବ। ସେପଟେ ନିର୍ବାଚନ କମିଶନ ସତ୍ୟପାଠ ଦାଖଲ କରିବା ପାଇଁ କହୁଛନ୍ତି।