କେନ୍ଦୁଝର: ଭିଜିଲାନ୍ସ ଜାଲରେ ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରା। ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। କେନ୍ଦୁଝର ଜିଲ୍ଲା ଭୂ-ବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରାଙ୍କର ସରକାରୀ ଅଫିସ୍ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରିରଖିଛି ଭିଜିଲାନ୍ସ ଟିମ୍। ଉକ୍ତ କର୍ମଚାରୀଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ଭିଜିଲାନ୍ସ ନିକଟରେ ହୋଇଥିଲା।