‘ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌ । ଆସନ୍ତା ସପ୍ତାହରେ ଡିବେଟ୍‌ ହେବା ନେଇ ସୂଚନା ଦେଇଛି ବିଜନେସ୍‌ ଆଡଭାଇଜରୀ କମିଟି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଥିବାରୁ ଆସନ୍ତା ସପ୍ତାହ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଦାବି କରୁଥିବାରୁ ଆସନ୍ତା ସପ୍ତାହକୁ ରହିଛି ଏହି ଡିବେଟ୍ । ତେବେ ବିରୋଧୀଦଳଗୁଡ଼ିକର ଦୃଢ଼ ଦାବି ପରେ ସରକାର ସମୟ ଧାର୍ଯ୍ୟ କରିଛନ୍ତି ।

ସୂଚନା ଅନୁସାରେ, ୨୨ ଏପ୍ରିଲରେ ହୋଇଥିବା ପହଲଗାମ୍ ଆତଙ୍କୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବିରୋଧି ଭାରତ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା କରିବାକୁ ଦାବି କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦାବି କରିଥିଲା। ତେଣୁ ପିଏମ୍ ମୋଦି ଆଗାମୀ ସପ୍ତାହରେ ପହଲଗାମ୍ ଆତଙ୍କୀ ହମଲା ଓ ଏହା ପରେ ଆରମ୍ଭ ହୋଇଥିବା ‘ଅପରେସନ୍ ସିନ୍ଦୂର’ ଉପରେ କହିବେ। ପିଏମ୍ ମୋଦି ୨୯ ଜୁଲାଇରେ ଏହି ବିଷୟରେ ରାଜ୍ୟସଭାକୁ ସମ୍ବୋଧିତ କରିବେ। ବିଜନେସ୍ ଆଡଭାଇଜରୀ କମିଟି(ବିଏସି)ର ବୈଠକରେ ମୌସୁମୀ ଅଧିବେଶନ ବେଳେ ଅପରେସନ୍ ସିନ୍ଦୂର ଉପରେ ଲୋକସଭାରେ ୧୬ ଘଣ୍ଟା ଓ ରାଜ୍ୟସଭାରେ ୯ ଘଣ୍ଟା ଚର୍ଚ୍ଚା କରିବାର ନିଷ୍ପତ୍ତି ନିଆଯାଇଛି।