ବ୍ୟୁରୋ-: ଗୋଟେପଟେ ବାଲେଶ୍ୱର ଏଫ୍.ଏମ୍ କଲେଜ ଛାତ୍ରୀ, ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି । ରାଜ ରାସ୍ତାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ । ସବୁଠି ମୃତ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ, ସରକାରଙ୍କୁ ଘେରୁଛନ୍ତି ବିରୋଧି । ହେଲେ ଏହା ଭିତରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବାଲେଶ୍ୱରର ଜଣେ ନେତାଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । କାରଣ ମୃତ ଛାତ୍ରୀଙ୍କ ପରିବାର, ସାଙ୍ଗସାଥି ଓ ବିଭିନ୍ନ ଦଳର ରାଜନେତାମାନେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ କରୁଛନ୍ତି ।ô ସେମାନଙ୍କ କହିବା ଅନୁଶାରେ, ଯଦି ସେହି ନେତା ଜଣକ ଠିକ୍ ସମୟରେ ଘଟଣାକୁ ଗମ୍ଭୀରତାର ସହ ନେଇଥାନ୍ତେ । ଆଜି ଏପରି କିଛି ଅଘଟଣ ଘଟି ନଥାନ୍ତା, କି ସୁନାଝିଅ ସୌମ୍ୟାଶ୍ରୀଙ୍କ ଜୀବନ ଯାଇ ନଥାନ୍ତା ।

ଶୁଣିବାକୁ ମିଳୁଛି ମୃତ୍ୟୁ ପୂର୍ବରୁ ସୌମ୍ୟଶ୍ରୀ କୁଆଡେ ନ୍ୟାୟ ପାଇଁ ଜଣେ ପ୍ରଭାବଶାଳୀ ଆଗ ଧାଡିର ନେତାଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବଂ କେଲଜରେ ସୌମ୍ୟଶ୍ରୀଙ୍କ ସହ ଘଟିଥିବା ସବୁ ଘଟଣାର ଟିକ୍ ନିକ୍ କଥା ତାଙ୍କୁ ଜଣାଯାଇଥିଲେ । ଏହାପରେ ସେହି ନେତା ଜଣକ ଫୋନ ଜରିଆରେ କଲେଜ ଅଧ୍ୟକ୍ଷଙ୍କ ସହ କଥା ମଧ୍ୟ ହୋଇଥିଲେ । କିନ୍ତୁ ମାମଲାକୁ ଗୁରୁତର ସହ ନେଇ ନଥିଲେ । ଛୋଟ ଛୋଟ ପ୍ରସଙ୍ଗରେ ମୁଣ୍ଡ ପୁରାଉଥିବା ସେହି ନେତା ଜଣକ, ଏତେ ବଡ ଘଟଣାରେ ମାତ୍ର ଥରୁଟିଏ କେବଳ ଅଧକ୍ଷଙ୍କୁ କଲ୍ କରି ବସି ପଡିଥିଲେ । ଖାଲି ସେତିକି ନୁହେଁ, ଆଇ.ସି.ସିର ରିପୋର୍ଟ ଏକ ପାଖିଆ ଥିବା ନିଜେ ସ୍ୱିକାର କରିଥିଲେ ବି, ନ୍ୟାୟସଙ୍ଗତ ଶୁଣାଣି ପାଇଁ କୌଣସି ପଦକ୍ଷେପ ନେଇ ନଥିବା ଶୁଣିବାକୁ ମିଳୁଛି ।

ଏମିତିରେ ବି ଛାତ୍ରୀଙ୍କ ମୃତ୍ୟୁ ପରେ, ଗଣମାଧ୍ୟମକୁ ତାଙ୍କ ବାପା କହିଥିଲେ । ମୋ ଝିଅ ନ୍ୟାୟ ଆଶାରେ ତାଙ୍କ ପାଖକୁ ଯାଇଥିଲା । ସେତେବେଳେ ଯଦି ସେ କଲେଜ କର୍ତ୍ତୃପକ୍ଷଙ୍କୁ ତଲବ କରିଥାନ୍ତେ । ତାହେଲେ ଉଚିତ୍ ବିଚାର କରି ଠୋସ୍ ପଦକ୍ଷେପ ନିଆ ଯାଇଥାନ୍ତା । ଏବଂ ଆଜି ମୋ ଝିଅ ଜୀବନ ହାରି ନଥାନ୍ତା । ଖାଲି ସୌମ୍ୟାଶ୍ରୀଙ୍କ ବାପା ନୁହଁନ୍ତି ବରଂ ତାଙ୍କ ସାଙ୍ଗମାନେ ମଧ୍ୟ ସେହି ସମାନ ଅଭିଯୋଗ ଆଣିଛନ୍ତି । ହେଲେ ଏପଟେ ସେହି ନେତାଙ୍କ ପ୍ରତିକ୍ରିୟା କିଛି ଭିନ୍ନ ରହିଛି । ଆଉ ସେ କହିଛନ୍ତି, ନିଜ ନିକିତିରେ ଦୁନିଆକୁ ମାପୁଥିବା ବ୍ୟକ୍ତି, ନିଷ୍ଠାପର ଭାବେ କାମ କରୁଥିବା ନେତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ଦୁର୍ଭାଗ୍ୟର ବିଷୟ । ଯେଉଁମାନେ ବି ଏଭଳି ଅଭିଯୋଗ ଉଠାଉଛନ୍ତି, ସେମାନଙ୍କୁ ଲୋକେ କେବେ ବି କ୍ଷମା ଦେବେନି ।