ମାଲକାନଗିରି-: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଏକ ଅଭିଯାନ ଚାଲିଛି। ନକ୍ସଲବାଦୀଙ୍କ ବିରୁଦ୍ଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୁରକ୍ଷା ବାହିନୀ ଦ୍ୱାରା ଅନେକ ନକ୍ସଲ ନିହତ ହୋଇଛନ୍ତି। ଆଉ ତାହାରି ପ୍ରତିଶୋଧ ନେବାପାଇଁ ଜଣେ ପୂର୍ବତନ ସରପଞ୍ଚକୁ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲାର ଚିତ୍ରାକୋଡେପାଲ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମାଓବାଦୀଙ୍କ ବର୍ବର କାଣ୍ଡ ପରେ ମାଓ ଅପରେସନ୍ ଜୋରଦାର କରାଯାଇଛି ।
ସୂଚନା ମୁତାବକ, ଗତକାଲି ମୋଦକପାଳ ଥାନା ଅଞ୍ଚଳର ଚିତିରାକୋଡେପାଲ ଗାଁର ପୂର୍ବତନ ସରପଞ୍ଚ ବିଜୟ ଜାୱାଙ୍କ ଘରେ ନକ୍ସଲମାନେ ପହଞ୍ଚିଥିଲେ। ସେମାନେ ସରପଞ୍ଚଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ମୃତଦେହକୁ ଗାଁ ରାସ୍ତାରେ ଛାଡି ଦେଇଥିଲେ। ଏହି ଖବର ପ୍ରସାରିତ ହେବା ମାତ୍ରେ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ତେବେ ଏପର୍ଯ୍ୟନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ସର୍ବାଧିକ ସଂଖ୍ୟକ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲମାନେ ଅଞ୍ଚଳର ଗ୍ରାମବାସୀମାନଙ୍କୁ ସୂଚନାଦାତା ଭାବେ ଅଭିଯୋଗ କରି ହତ୍ୟା କରୁଛନ୍ତି।