ପିଏନବି ଦୁର୍ନୀତି ମାମଲା, ଗିରଫ ହେଲେ ନେହାଲ ମୋଦୀ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଗିରଫ କରିଛି ଆମେରିକା ପୁଲିସ। ଆମେରିକା କୋର୍ଟ ଭାରତର ଇଡି ଓ ସିବିଆଇର ଅନୁରୋଧ କ୍ରମେ ଏହି ଗିରଫ କରିଛି । ଜୁଲାଇ ୪ ତଥା ଗତକାଲି ହିଁ ନେହାଲ ମୋଦୀଙ୍କୁ ଗିରଫ କରାଯାଇଛି । ନେହାଲ ଗିରଫ ହେବା ପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଆମେରିକା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୀରବ ମୋଦୀ, ମେହୁଲ ଚୋକସି ମିଳିତ ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଘୋଟାଲା କରିଥିଲେ । ଏହି ଟଙ୍କାକୁ ଲୁଚାଇବାରେ ସେମାନଙ୍କୁ ସହାୟତା କରିଥିଲେ ନେହାଲ ମୋଦୀ । ଆମେରିକା ନ୍ୟାୟିକ ବିଭାଗ ତଥ୍ୟ ଅନୁସାରେ ଆର୍ଥିକ ଠକେଇ ନିରୋଧ ଆଇନ ୨୦୦୨ ଏବଂ ଆପରାଧିକ ଷଡଯନ୍ତ୍ର ଆଧାରରେ ନେହାଲଙ୍କୁ ଗିରଫ କରଯାଇଛି। ତେବେ କହିରଖୁଛୁ ଯେ, ପିଏନବି ଦୁର୍ନୀତିରେ ଭାରତ ସରକାର ନୀରବ ମୋଦୀଙ୍କୁ ପଳାତକ ଘୋଷିତ କରିଛନ୍ତି। ଏହି ମାମଲାରେ ତାଙ୍କ ଭାଇଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ସିବିଆଇ ଏବଂ ଇଡି ପକ୍ଷରୁ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖାଯାଇଥିଲା। ନୀରବ ମୋଦି ପୂର୍ବରୁ ଲଣ୍ଡନରେ ଗିରଫ ହୋଇଛନ୍ତି ଏବଂ ଭାରତ ସରକାର ତାଙ୍କ ବିରୁଦ୍ଧରେ ପ୍ରତ୍ୟର୍ପଣ ମଧ୍ୟ ଦାବି କରିଛନ୍ତି। ନେହଲ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ପରବର୍ତ୍ତୀ ଶୁଣାଣି ୧୭ ଜୁଲାଇ ୨୦୨୫ ରେ ହେବ, ଯେତେବେଳେ କୋର୍ଟରେ ଏକ ଷ୍ଟାଟସ୍ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନେହଲ ମୋଦିଙ୍କ ପକ୍ଷରୁ ଜାମିନ ଆବେଦନ ଦାଖଲ କରାଯାଇପାରେ, କିନ୍ତୁ ଆମେରିକାର ପ୍ରସିକ୍ୟୁସନ୍ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଏହା ଜାମିନକୁ ବିରୋଧ କରିବ।