ମାଆ ହେବ ବାଘୁଣୀ ‘ଜିନ୍ନତ’

ଭୁବନେଶ୍ୱର-: ମାଆ ହେବ ବାଘୁଣୀ ‘ଜିନ୍ନତ’। ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ଅଛି । ୩ ରାଜ୍ୟର ୭ ଜଙ୍ଗଲ ଘୂରିକି ଫେରିଥିବା ଏହି ମରାଠା ବାଘୁଣୀ ଶିମିଳିପାଳ ଅଭୟାରଣ୍ୟର ମହାବଳ ବାଘ ‘ଟି-୧୨’ ସହ ସହବାସ ହୋଇଛି। ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି। ଏହାପରେ ବାଘୁଣୀଟି ଯମୁନାଗଡ଼ ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି। ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହୋଇନାହିଁ କି ଅନ୍ୟ ରାଜ୍ୟ ସୀମା ଡେଇଁନାହିଁ। ଏନେଇ ତଥ୍ୟ ପ୍ରଦାନ କରିଛି ନନ୍ଦନକାନନ କର୍ତ୍ତୃପକ୍ଷ ।