ପଡିଲା ସବୁ ବିବାଦରେ ପୁର୍ଣ୍ଣଛେଦ, ହେରା ଫେରୀ ୩କୁ ଫେରିଲେ ବାବୁ ରାଓ

ମୁମ୍ବାଇ: ଗତ କିଛି ଦିନ ଧରି ହେରା ଫେରୀ ୩କୁ ନେଇ ଲାଗି ରହିଥିବା ବିବାଦରେ ଏବେ ପୁର୍ଣ୍ଣଛେଦ ପଡିଛି ପ୍ରଶଂସକଙ୍କ ଇଚ୍ଛାକୁ ଗୁରୁତ୍ଵ ଦେଇ ପୁଣି ଫିଲ୍ମକୁ ଫେରିଛନ୍ତି ବାବୁ ରାଓ ତଥା ପରେଶ ରାୱଲ ଏହି ଖବର ଶୁଣି ପ୍ରଶଂସକଙ୍କ ମଧ୍ୟରେ ଖୁସି ଖେଳିଯାଇଛି ତେବେ ଫିଲ୍ମକୁ ଫେରିବା କଥା ନିଜେ କହିଛନ୍ତି ପରେଶ ଏପରିକି ସମସ୍ତେ ଏକାଠି ହୋଇ ପରିଶ୍ରମ କରନ୍ତୁ ବୋଲି ସେ ଚାହୁଁଥିବା ମଧ୍ୟ କହିଛନ୍ତି

ତେବେ କହିରଖୁଛୁ ଯେ, ହିମାଂଶୁ ମେହତାଙ୍କ ପଡ୍କାଷ୍ଟ୍ରେହେରା ଫେରିସହ ସଂଶ୍ଳିଷ୍ଟ ବିବାଦ ଉପରେ ପରେଶଙ୍କୁ ପ୍ରଶ୍ନ କରାଯାଇଥିଲା ଯେଉଁଥିରେ ସେ ଉତ୍ତର ରଖିଥିଲେ ଯେ, ବିବାଦ କିଛି ନାହିଁ ଦର୍ଶକଙ୍କ ପ୍ରତି ଆମର କିଛି ଦାୟିତ୍ୱ ଅଛି ଦର୍ଶକ ଆମକୁ ଖୁବ୍ପ୍ରଶଂସା କରିଛନ୍ତି ତେଣୁ ଆମେ ଏହାକୁ ହାଲୁକାରେ ନେଇପାରିବା ନାହିଁ ପରିଶ୍ରମ କରିବା ସମସ୍ତେ ଏକାଠି ହୋଇ ପରିଶ୍ରମ କରିବାକୁ ମୁଁ ଚାହୁଁଥିଲି ଆଉ କିଛି ନୁହେଁ ବୋଲି କହିଛନ୍ତି ବାବୁ ରାଓ

ସୂଚନାଯୋଗ୍ୟ, ଯେତେବେଳେ ବି ବଲିଉଡର ଫେମସ୍ କମେଡି ଫିଲ୍ମ କଥା ଆସେ, ଲୋକଙ୍କ ମନରେ ପ୍ରଥମେ କେବଳ ଗୋଟିଏ ନାମ ଆସେ ଏବଂ ତାହା ହେଉଛିହେରା ଫେରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ଦୁଇଟି ପାର୍ଟ ରିଲିଜ୍ ହୋଇଛି ଏବଂ ଉଭୟ ବହୁତ ସଫଳ ହୋଇଛି  ଏହି ଫିଲ୍ମରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀବାବୁ ରାଓ, ରାଜୁ ଏବଂ ଘନଶ୍ୟାମ ଭୂମିକାରେ ଅଭିନୟ କରିଥିଲେ ନିକଟରେ ପରେଶ ରାୱଲହେରା ଫେରୀ ଫିଲ୍ମରୁ ବାହାରିଥିବା କଥାକୁ ଚର୍ଚ୍ଚା ଉଠିଥିଲା ପରେ ତାଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ସମ୍ମତି ମଧ୍ୟ ଦେଇଥିଲେ ଫିଲ୍ମରେ ବିବାଦ ପରେ ପରେଶ ଫିଲ୍ମ ଛାଡ଼ିବା କଥା ପ୍ରଡକ୍ସନ୍ହାଉସ୍ବଦଳରେ ଗଣମାଧ୍ୟମକୁ କଜଣାଇଥିଲେ ଯାହାକୁ ନେଇ ପ୍ରଯୋଜନା ଦାୟିତ୍ୱରେ ଥିବା ଅକ୍ଷୟ କୁମାର ମର୍ମାହତ ହୋଇଥିଲେ