ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କ୍ରିକେଟର ରମନଦୀପ ସିଂ

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ରମନଦୀପ ସିଂ । ସେ ଟେଲିଭିଜନ ଅଭିନେତ୍ରୀ ଚାର୍ଲି ଚୌହାନଙ୍କୁ ବିବାହ କରିଛନ୍ତି । ୮ ବର୍ଷର ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିଛନ୍ତି । ପାରମ୍ପରିକ ଶିଖ ରୀତି ନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟ, ନିକଟତମ ବନ୍ଧୁ, ସାଥୀ କ୍ରିକେଟର ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସମସ୍ତଙ୍କୁ ଏହି ଖବର ଜଣାପଡ଼ିଥିଲା ।
ଭାରତୀୟ କ୍ରିକେଟର ଅର୍ଶଦୀପ ସିଂ ଇନଷ୍ଟାଗ୍ରାମରେ ନବଦମ୍ପତିଙ୍କ ଫଟୋ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି । ଚାର୍ଲି ମଧ୍ୟ ନିଜ ବିବାହର ଫଟୋ ଗୁଡିକ ଏକ ରେଡ୍ ହାର୍ଟ ଇମୋଜି କ୍ୟାପସନ ସହ ସେୟାର କରିଥିବା ଦେଖିବାକୁ ମିଳିଛି । ବିବାହ ପୂର୍ବରୁ ପ୍ରି-ୱେଡିଂ ସେଲିବ୍ରେସନର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖାଯାଇଥିଲା ।

 

View this post on Instagram

 

A post shared by Chaarlie Chaauhan (@charliechauhan)


ରମନଦୀପ ଘରୋଇ କ୍ରିକେଟରେ ପଞ୍ଜାବ ପାଇଁ ଖେଳନ୍ତି ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପ୍ରତିନିଧିତ୍ୱ କରନ୍ତି । ସେ ନଭେମ୍ବର ୧୩, ୨୦୨୪ରେ ତାଙ୍କର ଭାରତ ଟି୨୦ ଡେବ୍ୟୁ କରିଥିଲେ ଏବଂ ଏପର୍ୟ୍ୟନ୍ତ ଦେଶ ପାଇଁ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ସେ ୨୦୨୪ରେ କେକେଆରର ଆଇପିଏଲ ଟାଇଟଲ ବିଜୟୀ ଦଳରେ ମଧ୍ୟ ଥିଲେ । ଚାର୍ଲି ଅନେକ ଟେଲିଭିଜନ ଶୋ’ରେ ଦେଖାଦେଇଛନ୍ତି, ଯେଉଁଥିରେ କୈସି ୟେ ୟାରିୟାଁ, ବେଷ୍ଟ ଫ୍ରେଣ୍ଡସ୍ ଫରଏଭର?, ପ୍ୟାର୍ ତୁନେ କ୍ୟା କିୟା ଏବଂ ଗଞଠ ରୋଡିଜ୍ ଅନ୍ତର୍ଭୁକ୍ତ । ସେ ଡ୍ୟାନ୍ସ ରିଆଲିଟି ଶୋ ନାଚ ବଲିୟେରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।୮ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତି ବେଶ ଖୁସି ଥିବା ଜଣାପଡିଛି ।