ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ । ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଛାନ୍ଭିନ୍ । ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ।

ପ୍ରାଥମିକ ସୂଚନା ଅନୁସାରେ, କଳାହାଣ୍ଡିରେ ଥିବା ଘର, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଓ ଗୋଠପାଟଣାରେ, ସରକାରୀ କାର୍ୟ୍ୟାଳୟରେ ଛାନଭିନ୍ ସମେତ ନବରଙ୍ଗପୁରର ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ହୋଇଛି । ଚଢାଉରେ ୧୦ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସହ ୧୦ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି।