ଭୁବନେଶ୍ୱର-: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଜେଇଇ-୨୦୨୫ ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ojee.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି ।
ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ଏହା ୩ଟି ସିଫ୍ଟରେ ଜାରି ରହିଥିଲା । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ହୋଇଥିଲା ।